ମନ ମୋହିଲା ‘ଡଗ୍ ସୋ’
ଭୁବନେଶ୍ୱର: ସ୍ଥାନୀୟ ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳପଡିଆଠାରେ ଆଜି "ଡଗ୍୍ ସୋ' ଆୟୋଜିତ ହୋଇଯାଇଛି । ‘ଡଗ୍ ସୋ’ ଦେଖିବା ପାଇଁ ଦେଖଣାହାରୀଙ୍କ ଭିଡ ଜମିଥିଲା । ଆୟୋଜିତ ହୋଇଥିବା ‘ଡଗ୍ ସୋ’ରେ ଗ୍ରେଟ୍ ଡେନ୍, ଲାବ୍ରାଡର୍ ରିଟ୍ରିଭର୍, ଗୋଲ୍ଡେନ ରିଟ୍ରିଭର୍, ବିଗଲ୍, ଆକିତା ଇନୁ, ଇଣ୍ଡିଆନ ପରିହା, ସ୍ପିଜ୍, ଜର୍ମାନ ସେଫର୍ଡ, ଫ୍ରେଞ୍ଚ୍ ବୁଲ୍ଡଗ୍, ରୋଟୱିଲର୍ ଆଦି ୪୮ଟି ପ୍ରଜାତିର ଶ୍ୱାନ ଅଂଶଗ୍ରହଣ କରିଥିଲେ । ଶ୍ୱାନମାନଙ୍କ ଦକ୍ଷତାର ବୈଶିଷ୍ଟ୍ୟ, ଅନୁସରଣ କ୍ଷମତା ଏବଂ ନିଜସ୍ୱ ବ୍ୟବହାର ଶୈଳୀ ଦେଖଣାହାରୀଙ୍କୁ ଆକର୍ଷିତ କରିଥିଲା । ଶ୍ୱାନ ପ୍ରଶିକ୍ଷକ ରଶ୍ମିତା ଗ୍ରେଟ୍ ଡେନ୍ ପ୍ରଜାତିର ଶ୍ୱାନ ଦ୍ୱାରା ଆଦର୍ଶ ନାଗରିକ ବିଧିକୁ ପ୍ରଦର୍ଶନ କରାଇଥିଲେ । ମସô୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଏବଂ ଓଡ଼ିଶା କେନେଲ କ୍ଲବ୍ର ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରଦର୍ଶନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରାଣୀପାଳନ ଓ ପ୍ରାଣୀଚିକିସôା ନିଦେ୍ର୍ଦଶକ ବିଜୟ ଅମୃତା କୁଲାଙ୍ଗେ ଉଦ୍ଘାଟନ କରିଥିଲେ । ଓଡ଼ିଶା କେନେଲ୍ କ୍ଲବ୍ର ସଭାପତି ସୁବ୍ରତ ପୃଷ୍ଟି ସମସ୍ତ ପ୍ରଜାତିର ଶ୍ୱାନମାନଙ୍କ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପ୍ରଦର୍ଶନୀ ଶେଷରେ ଅଂଶଗ୍ରହଣକାରୀଙ୍କୁ ସମ୍ମାନୀତ କରାଯାଇଥିଲା । ପରିଶେଷରେ ମସô୍ୟ ଏବଂ ପ୍ରାଣୀସମ୍ପଦ ବିକାଶ ବିଭାଗର ଯୁଗ୍ମ ନିଦେ୍ର୍ଦଶକ ଡକ୍ଟର ଡମ୍ବରୁଧର ତରାଇ ଧନ୍ୟବାଦ ଅର୍ପଣ କରିଥିଲେ ।