ଦୁର୍ଘଟଣାରେ ମହିଳାଙ୍କ ମୃତୁ୍ୟ
ହିଞ୍ଜିଳିକାଟୁ : ମଙ୍ଗଳବାର ରାତ୍ର ପ୍ରାୟ ସାଢେ ୮ ଘଣ୍ଟା ସମୟରେ ହିଞ୍ଜିଳି ଥାନା ଅଞ୍ଚଳରେ ଦୂର୍ଘଟଣା ଘଟି ବାଇକ୍ ଚାଳକ ଓ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ଆହତ ମାନେ ହେଲେ ହିଞ୍ଜିଳିକାଟୁ ପୈାରାଞ୍ଚଳ ବଇଞ୍ଚବଣିଆ ଅଞ୍ଚଳର ଲକ୍ଷ୍ମୀ ଦେବୀ ବିଷୋୟୀ (୬୨), ଆସିକା ଥାନା ପାକିଡି ଗ୍ରାମର ସୁରେନ୍ଦ୍ର ଜେନା (୩୦) । ଆହତ ଦ୍ୱୟଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିସôିତ ହୋଇ ଘରକୁ ଫେରିବା ପରେ ମହିଳାଙ୍କ ମୃତୁ୍ୟ ଘଟିଛି । ଖବର ପାଇ ହିଞ୍ଜିଳି ପୁଲିସ ବୁଧବାର ମୃତ ମହିଳାଙ୍କ ଘରେ ପଶି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ- ୩୭୩/୨୫ରେ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।