ଯୁବକଙ୍କ ମୃତଦେହ ଉଦ୍ଧାର 

 ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ସାରୁ ଗ୍ରାମର ଏକ ଘର ଭିତରୁ ବୁଧବାର ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ସାରୁ ଗ୍ରାମର ବୁଲୁ ସେଠି (୪୫) । ପ୍ରକାଶ ଯେ, ବୁଲୁ ପ୍ରତିଦିନ ପରି ମଙ୍ଗଳବାର ରାତିରେ ଘରେ ରାତ୍ର ଭୋଜନ ସାରି ଘର ଭିତରେ ଶୋଇଥିଲେ  । ବୁଧବାର ସକାଳେ ପରିବାର ଲୋକେ ତାଙ୍କୁ ନିଦରୁ ଉଠାଇଥିଲେ ମଧ୍ୟ ସେ ଉଠିନଥିଲେ । ପରିବାର ଲୋକେ ତାଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଉପଖଣ୍ଡ ଚିକିସôାଳୟରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନାରେ କେସ ନମ୍ବର ୮/୨୫ ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି । ମୃତୁ୍ୟର ସଠିକ୍ କାରଣ ଜଣାପଡ଼ିନାହିଁ । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର ସଠିକ୍ କାରଣ ଜଣାପଡ଼ିବ ବୋଲି ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।