ଅପରେସନ୍ ‘ସିନ୍ଦୂର’କୁ ଓପିଟିସିଏଲ୍ର ସମ୍ମାନ 

 ଭୁବନେଶ୍ୱର : ସାରା ଓଡ଼ିଶାରେ କାର୍ଯ୍ୟରତ ଓଡିଶା ବିଦୁ୍ୟତ୍ ଶକ୍ତି ସଞ୍ଚାରଣ ନିଗମ (ଙଚଞଉଖ)ର ଇଂଜିନିୟର୍ସ ଆସୋସିଏସନ (ଙଚଞଜଇ) ଭାରତ ସରକାରଙ୍କର ‘ସିନ୍ଦୂର’ ଅଭିଯାନ ପାଇଁ ଭାରତୀୟ ସଶସ୍ତ୍ର ବାହିନୀକୁ ସମର୍ଥନ ତଥା ଯଥୋଚିତ ସମ୍ମାନ ଜଣାଇଛନ୍ତି । ଏବଂ ଏପରି ପଦକ୍ଷେପ ପାଇଁ ଗର୍ବ ଅନୁଭବ କରିବା ସହ ‘ଭାରତ ମାତା କି ଜୟ’ଧ୍ୱନି ଅର୍ପଣ କରିଛନ୍ତି । ଯନ୍ତ୍ରୀମାନେ ମଧ୍ୟ ପ୍ରକାଶ କରିଛନ୍ତି ଯେ, ପହଲଗାମରେ ହୋଇଥିବା ଆକ୍ରମଣ ଏକ ଚରମ ବର୍ବରତା ଏବଂ ଏପରି ନୃଶଂସ କାର୍ଯ୍ୟ ପାଇଁ ଆତଙ୍କବାଦୀଙ୍କୁ କଠିନ ଦଣ୍ଡ ମିଳିବା ଉଚିତ । ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ଭାରତ ସରକାରଙ୍କୁ ସେମାନଙ୍କର ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି ଯନ୍ତ୍ରୀ ମାନେ ମତପ୍ରକାଶ କରିଛନ୍ତି  ।