ପୋଖରୀରେ ବୁଡି ଯୁବକ ମୃତ

 ବ୍ୟାସନଗର/ପାଣିକୋଇଲି : ଏହିଥାନା ଜହ୍ନକଣା ଗ୍ରାମକୁ ଆଇଙ୍କ ବର୍ଷିକିୟାକୁ ଆସିଥିବା ନାତିର ପୋଖରୀରେ ବୁଡି ମୃତୁ୍ୟ ଘଟିଛି । ମୃତନାତି କେନ୍ଦ୍ରାପଡା ଜିଲା ବସିପୁର ଗ୍ରାମର ବିଶ୍ୱରଂଜନ ବିଶ୍ୱାଳଙ୍କ ପୁଅ ଓମକାର(୨୦) ହୋଇଥିବା ବେଳେ ଆଇ ଜହ୍ନାକଣା ଗ୍ରାମର ବେଣୁଧର ବଳଙ୍କ ସ୍ତ୍ରୀ ଶାଶିଲତାଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବାର୍ଷିକ ଅବସରରେ ଆସିଥିଲା । ସକାଳ ୯ ଟା ସମୟରେ ନାତି ଓମକାର ଘର ନିକଟସ୍ଥ ବାଘୁଆ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ଗାଧୋଇଥିବା ସମୟରେ ଗୋଡ ଖସିଯିବାରୁ ପାଣି ଭିତରେ ବୁଡିଯାଇଥିଲା । ଏହା ଦେଖି ଗ୍ରାମର ଯୁବକ ଓ ଦମକଳ ବାହିନୀ ତାକୁ ଉଦ୍ଧାର କରି ଯାଜପୁର ରୋଡ କ୍ଷେତ୍ରୀୟ ଚିକିସôାଳୟରେ ଭର୍ତି କରିଥିଲେ । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏନେଇ ପାଣିକୋଇଲି ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ପଂଚାନାମା କରାଇ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି । ଓମାକାର ବାପ ମାଙ୍କ ଗୋଟିଏ ପୁଅ ହୋଇଥିବା ନାତିର ମୃତୁ୍ୟ ପରିବାର ଓ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।