ମୋରମ ଲୁଟ୍; ହାଇୱା-ପୋକ୍ଲିନ ଜବତ
ଯଖପୁରା: ମଙ୍ଗଳବାର ଯଖପୁରା ଥାନା କଡ଼ୁ ତଥା ଭିସିଆଇ କେମିକାଲ ନିକଟରୁ ଚାଲିଥିଲା ମୋରମ ଲୁଟ୍ । ପୁଲିସ ପାଖରେ ଯେ ଖବର ନଥିଲା, ତାହା ନୁହେଁ ଅଜଣା ହୋଇରହିଥିଲା । କୈାଣସି ସୂତ୍ରରୁ ଖଣିବିଭାଗ ପାଖରେ ଖବର ପହଁଚିବା ପରେ ଚଢାଉ କରିଥିଲେ ବିଭାଗୀୟ କର୍ମଚାରୀ । ଆଉ ଚଢାଉ କରି ଜବଦ କରିଥିଲେ ଓଡି୦୪କେ-୫୪୨୨ ନଂ ବିଶିଷ୍ଟ ଗୋଟିଏ ହାଇବା ଓ ପୋକଲିନ୍ । ଖଣି ବିଭାଗ ପକ୍ଷରୁ ଜବତ୍ ହାଇବା ଓ ପୋକ୍ଲିନ୍କୁ ଯଖପୁରା ଥାନାରେ ଜିମା ଦିଆଯାଇଥିବା ଚଢାଉରେ ସାମିଲ ଜେଏମ୍ଓ ଦିପ୍ତ ସୁନ୍ଦର ସେଠୀ ଏବଂ ଛୟାକାନ୍ତ ମହାନ୍ତ ସୂଚନା ଦେଇଛନ୍ତି । ଯଖପୁରା ଥାନା ଅଂଚଳରୁ ବେଫିକର ମୋରମ ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା । ହେଲେ ପୁଲିସ ଚଢାଉ କରିବାକୁ ଆଗ୍ରହ ଦେଖାଉନଥିଲା । ମୋରମ ଲୁଟରେ ସଂପୃକ୍ତଙ୍କ ସହ ପୁଲିସର ସୁସଂପର୍କ କାରଣରୁ ରୀତିମତ ରାଜସ୍ୱ ଲୁଟ ଚାଲିଥିବା ବେଳେ ଖଣି ବିଭାଗ ବି ଚଢାଉ କରିବାକୁ ଆସି ନିରାଶ ହୋଇ ଫେରିଥିଲା । ତେବେ ଆଜି ଖଣି ବିଭାଗ ଚଢାଉ ବେଳେ ଦୁଇଟି ଗାଡ଼ି ଜବଦ କରିବାକୁ ସଫଳ ହୋଇଥିବା ବେଳେ ଅଞ୍ଚଳରୁ ବେଆଇନ ଭାବେ ମୋରମ ଲୁଟ୍ କରି ଯଖପୁରା-ବାଂଶପାଣି ରେଳ ରାସ୍ତାର ତେଲିବାହାଳୀ ପାଖ ରେଳରାସ୍ତାରେ ବ୍ୟବହାର ହୋଇଥିବା ସମସ୍ତ ମୋରମ୍କୁ ମାପଚୁପ୍ କରାଯାଇ ଜରୀମାନା ଆଦାୟ କରାଯାଇ ମାଫିଆଙ୍କ ବିରୋଧରେ ଦୃଢ ଆଇନ୍ଗତ କାର୍ଯ୍ୟାନୁଷ୍ଟାନ ନେବାକୁ ପଦକ୍ଷେପ ନିଆଯାଉଥିବା ଡିଡିଏମ୍ ଜୟ ପ୍ରକାଣ ନାୟକ କହିଛନ୍ତି ।