ଦିବ୍ୟାଙ୍ଗ ସାମ୍ବାଦିକଙ୍କୁ ମାଡ଼ମାରି ୨ ଗିରଫ

ଦାନଗଦୀ/ଯଖପୁରା : ମନରେଗା କାର୍ଯ୍ୟ ମେସିନ ଦ୍ୱାରା କରାଯାଉଥିଲା । ଏହାକୁ ନେଇ ୱେବ୍ ଚ୍ୟାନେଲ ସାମ୍ବାଦିକ ମନୋଜ କୁମାର ଜେନା ଫଟୋ ଉତୋଳନ କରୁଥିଲେ । ଯାହାକୁ ନେଇ ଠିକାଦାରଙ୍କ ଗୁଣ୍ଡା ସାଜିଥିବା ପଙ୍କପାଳର ନରୋତମ ରାଉତଙ୍କ ପୁଅ ପ୍ରଶାନ୍ତ ଓ ପ୍ରହଲ୍ଲାଦ ବୋଇତାଇଙ୍କ ପୁଅ ସୌମ୍ୟରଞ୍ଜନ (ରାମୁ) ବିରୋଧ କରିଥିଲେ । ଠିକାଦାରଙ୍କ ଗୁଣ୍ଡା ଉଭୟ ଶାସକ ଦଳର ଓ ପଙ୍କପାଳ ସରପଞ୍ଚଙ୍କ ନିକଟ ଲୋକ ହୋଇଥିବାରୁ ସେ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିବା ସହିତ ମରଣାତ୍ମକ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ମନୋଜ ଜଣେ ଦିବ୍ୟାଙ୍ଗ ସାମ୍ବାଦିକ ହୋଇଥିବା ବେଳେ ଏହାର ସୁଯୋଗ ନେଇ ଠିକାଦାରଙ୍କ ପୋଷା ଗୁଣ୍ଡା ତାଙ୍କୁ ବଙ୍ଗଳା ଛକରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ଏହାକୁ ନେଇ ସାମ୍ବାଦିକ ଜଣଙ୍କ କଳିଙ୍ଗନଗର ଥାନାରେ ଲିଖିତ ଏତଲା ଦେଇଥଲେ । ଏତଲା ଭିତିରେ କଳିଙ୍ଗନଗର ପୁଲିସ ତଦନ୍ତ କରି କେସ ନମ୍ବର ୧୫୩/୨୫ ଦଫା ୨୯୬/୧୧୫(୨), ୩୫୧(୩), ୩(୫). ବିଏନ୍ଏସରେ ଉଭୟ ପ୍ରଶାନ୍ତ ରାଉତ ଓ ସୌମ୍ୟରଞ୍ଜନ ବୋଇତାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ମାତ୍ର ଯାହାର ଇଙ୍ଗିତରେ ଉଭୟ ଠିକାଦାର ଆକ୍ରମଣ କରିଛନ୍ତି ତାକୁ କେବେ ଗିରଫ କରାଯିବ ବୋଲି ସାଧାରଣରେ ପ୍ରଶ୍ନଉଠିଛି । ପ୍ରକାଶ ଥାଉ କି ଉକ୍ତ ଘଟଣାକୁ ନେଇ ସାମ୍ବାଦିକଙ୍କ ମାକୁ ଉଭୟ ଠିକାଦାରଙ୍କ ପୋଷା ଗୁଣ୍ଡା ତାଙ୍କ ଘରେ ଶାସନରେ ପଶି ଧମକ ଦେଇଥିଲେ କି ତୋ ପୁଅକୁ କହିଦେବୁ ଆମ କାମରେ ବାଧା ଦେବିନି କି ଖବର ପ୍ରସାରଣ କରିବ ନାହିଁ ନ ହେଲେ ତାକୁ ଜୀବନରୁ ମାରିଦେବୁ । ଆମେ ମନ୍ତ୍ରୀର ପାଖ ଲୋକ ଓ ସରପଞ୍ଚଙ୍କ ଲୋକ ବୋଲି କହିଥିଲେ ।