ଶୃଙ୍ଖଳା ସହ ଶ୍ରୀରାମନବମୀ ପାଳନ ପାଇଁ ସାଂସଦଙ୍କ ଆହ୍ୱାନ

 ବାଲେଶ୍ୱର: ଆଗାମୀ ୬ ତାରିଖରେ ପାଳିତ ହେବାକୁ ଥିବା ଶ୍ରୀରାମ ନବମୀ ଶୋଭାଯାତ୍ରା ଉପଲକ୍ଷେ ପ୍ରଶାସନିକ ପଦକ୍ଷେପ ଓ ପୁଲିସର ବ୍ୟବସ୍ଥାକୁ ନେଇ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ସାଂସଦ ଶ୍ରୀ ଷଡ଼ଙ୍ଗୀ କୌଣସି ପ୍ରକାରର ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନକରିବା ପାଇଁ ପ୍ରଶାସନକୁ କଡ଼ା ତାଗିଦ୍ କରିଛନ୍ତି । ସଂମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରିବା ସହିତ ଉପଦ୍ରବୀ ମାନଙ୍କ ଉପରେ କଡ଼ା ନଜର ରଖିବା ପାଇଁ କହିଛନ୍ତି । ଆଲୋଚନା ସମୟରେ ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ଚିତ୍ତରଞ୍ଜନ ପଣ୍ଡା, ବିଜୟ ସାହୁ, ମଣ୍ଟୁ ପେରିୱାଲ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଇଦ୍ ଉଲ-ଫିତର ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହେଉଥିବାରୁ ପୁଲିସ ପ୍ରଶାସନକୁ ପ୍ରଶଂସା କରିଥିଲେ  ।