ପୁଅର ଫାଉଡ଼ା ଚୋଟରେ ମାଆର ମୃତୁ୍ୟ
ପୁରୀ : ପୁରୀ ସଦର ବ୍ଲକ ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ଘଟିଛି ଏକ ହତ୍ୟାକାଣ୍ଡ । ପୁଅର ଫାଉଡ଼ା ଚୋଟରେ ମାଆର ହୋଇଛି ମୃତୂ୍ୟ । ଗ୍ରାମବାସୀଙ୍କ ଠାରୁ ଖବର ପାଇ ମାରାଇନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚô ପୁଅକୁ ଗିରଫ କରିବା ସହ ମାଆର ମୃତ ଶରୀରକୁ ସଦର ମୁଖ୍ୟ ଚିକିସôାଳୟରେ ବ୍ୟବଚ୍ଛେଦ କରାଇଛି । ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ଖରରୁ ପ୍ରକାଶ ସମଙ୍ଗରାର କନକ ପ୍ରଧାନ (୫୫)ଙ୍କ ପୁତ୍ର ପିଙ୍କୁ (୩୦) ପ୍ରତ୍ୟହ ନିଶା ସେବନ କରି ଘରକୁ ଆସି ମାଆ ସାହିତ ପାଟିତୁଣ୍ଡ କରନ୍ତି । ଗୁରୁବାର ସକାଳେ ପିଙ୍କୁ ନିଶା ସେବନ ପାଇଁ ମାଆଙ୍କୁ ଟଙ୍କା ମାଗିଥିଲା । ମାଆ ଟଙ୍କା ନଦେବାାରୁ ଉତ୍କ୍ଷିପ୍ତ ହୋଇ ନିକଟରେ ପଡ଼ିଥିବା ଏକ ଫାଉଡ଼ାରେ ପିଙ୍କୁ ମାଆକୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ କନକର ମୃତୁ୍ୟ ଘଟିଥିଲା । କନକର ପାଟି ଶୁଣି ଗାଁ ଲୋକ ଘଟଣା ସ୍ଥଳରେ ପହଞ୍ଚôବାରୁ ପିଙ୍କୁ ସେମାନଙ୍କୁ ଆକ୍ରମଣ ପାଇଁ ଗୋଡ଼ାଇଥିଲା । ଗ୍ରାମବାସୀମାନେ ପିଙ୍କୁକୁ କାବୁ କରି ପୋଲିସକୁ ଖବର ଦେଇଥିଲେ ।