ଟ୍ରକ ଓଲଟି ଜଣେ ମୃତ 

ପାପଡାହାଣ୍ଡି  : ମଇଦଲ ପୁର ନିକଟସ୍ଥ ଜଙ୍ଗଲ ଜୁନାପାଣି ଜାତୀୟ ରାଜପଥ ୨୬ ଉପରେ ଏକ କୁଣ୍ଡା ବୋଝେଇ ଟ୍ରକ ଦୁର୍ଦ୍ଦଟଣା ଘଟି ଜଣକର ମୃତୁ୍ୟ ଘଟିଛି ମୃତକ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ  ବାଞ୍ଜିବାହାଲ ଗ୍ରାମର ଶଶୀନାୟକ (୨୮)  । ନବରଙ୍ଗପୁର ଜିଲ୍ଲା ଡାବୁଗାଁରୁ ଏକ ଟ୍ରକ ଯାହାର ନମ୍ବର ଓଡି ୦୩ ଭି ୨୬୮୩ କୁଣ୍ଡା ବୋଝେଇ ଟ୍ରକ କଳାହାଣ୍ଡି ଆଡକୁ ଯାଉଥିବା ବେଳେ ଉକ୍ତ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା  । ଫଳରେ ଚାଳକ ତୁଳସୀରାମ ନାୟକ ଓ ଦୁଇଜଣ ଗୁରୁତର ହୋଇଥିବାବେଳେ ଶଶୀ  ଉଭୟ ଗାଡି ଓ ବେରିଗେଟ ତାର ବେକ ଚାପିହେବାରୁ  ମୃତୁ୍ୟ ଘଟିଛି  । ଉକ୍ତ ଗାଡ଼ିରେ ସମୁଦାୟ ୫ଜଣ ଥିବାବେଳେ ତିନିଜଣଙ୍କୁ ମେଡିକାଲ  ନିଆଯାଇଥିବା ବେଳେ  ଅନ୍ୟ ଜଣେ  ଘଟଣା ସ୍ଥଳରୁ କୁଆଡେ ଚାଲିଯାଇଥିବାର ଦେଖିବାକୁ ମିଳିଛି  । ଏନେଇ ମଇଦଲପୁର ପୁଲିସ ଖବର ପାଇ ଏଏସଆଇ ଲୋକେଶ କୁମାର ଭୋଇ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଜାରିରହିଛି  । ଅନ୍ୟପଟେ ଅଞ୍ଚଳବାସୀ ଘଟଣାସ୍ଥଳରେ ପହଁଞ୍ଚି କିଛି ସମୟ ହୋହାଲା କରିଥିଲେ, ଶବ ଘଟଣାସ୍ଥଳରୁ ହଟିବ ନାଇଁବୋଲି କହିଥିଲେ, ଶେଷରେ ପୁଲିସର ବୁଝାସୁଝା ପରେ ପୁଲିସ ଗାଡ଼ିରେ ଶବବ୍ୟବଛେଦ ପାଇଁ ନବରଙ୍ଗପୁର ପଠାଇଥିବା ସୂଚନା ମିଳିଛି  ।