ଲାଞ୍ଚ ନଦେଲେ ହେଉନି କାମ , ମାସକୁ ଅଳିଆ ଗାଡି ପାଇଁ ୮ଶହ
ାା ପ୍ରଭାନୁ୍ୟଜ ।ା ବ୍ୟାସନଗର : ସ୍ୱଚ୍ଛତା ସର୍ବେକ୍ଷଣରେ ବିଭିନ୍ନ ବର୍ଷରେ ପୁରସ୍କୃତ ହୋଇଥିବା ବ୍ୟାସନଗର ପୈାରପାଳିକାର ସଫେଇ ବିଭାଗ ଲାଞ୍ଚ ନନେଲେ କାମ କରିବାକୁ ରାଜି ହେଉ ନାହାନ୍ତି । ଲାଞ୍ଚ ଦେଲେ ଅଳିଆ ଆବର୍ଜନା ନେଇଯାଉଛନ୍ତି । ଯଦି ନଦେଲ, ତେବେ ଅଳିଆ ଗଦା ହୋଇଗଲେବି ସେମାନଙ୍କ ଆଖିପଡ଼ୁନି । ଏକଥା ଆମେ କହୁନୁ, ପୈାରପାଳିକାକୁ କର ଦେଉଥିବା ପ୍ରଜା କହୁଛନ୍ତି । ପୌରପରିଷଦ ମୁଖ୍ୟ ବଜାର ବା ଯଯାତି କୋଟିୟାର୍ଡ଼ ସମ୍ମୁଖରେ ଥିବା ବେକ-ସପ ମାଲିକ ଗୁଡ଼ୁ ଜେନା ଏଭଳି ଅଭିଯୋଗ ପାରିଷଦ ସିଦ୍ଧାର୍ଥ ସାମଲଙ୍କୁ କରିଛନ୍ତି । ଅଭିଯୋଗ ସଂପର୍କରେ ବେକ-ସପ ମାଲିକଶ୍ରୀ ଜେନାଙ୍କୁ ପଚାରିବାରେ ସେ କହିଥିଲେ କି ପୈାରପାଳିକାକୁ ଅଳିଆ ବୋହୁଥିବା ଗାଡ଼ି ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରୁ ଗଛିତ ଅଳିଆ ଉଠାଇବା ବେଳେ ଆମ ସପ ଡ଼ଷ୍ଟବିନ୍ରେ ପଡ଼ିଥିବା ଅଳିଆକୁ ପକାଇଥାନ୍ତି । ଗାଡ଼ି ପହଁଚିବା ପରେ ଆମ ପିଲା ମାନେ ଅଳିଆ ନେଇ ପକାଇ ଦେଇଥାନ୍ତି । ମାତ୍ର ପିଲା ନଥିବା ବେଳେ ଗାଡ଼ିରେ ଅଳିଆ ଭର୍ତ୍ତି କରୁଥିବା କର୍ମଚାରୀଙ୍କୁ ନେଇଯିବାକୁ କହିଲେ ସେମାନେ ସପ୍ତାହକୁ ଦୁଇଶହ ଟଙ୍କା ଦେବାକୁ କହୁଛନ୍ତି । ନଦେଲେ ନେବୁନୁ ବୋଲି ସ୍ପଷ୍ଟ ଭାବେ କହୁଛନ୍ତି । ବିଭିନ୍ନ ହୋଟେଲରୁ ଅଳିଆ ନେବା ବବାଦରେ ମାସକୁ ୮ଶହ ଟଙ୍କା କରି ନେଉଥିବା କର୍ମଚାରୀ ପ୍ରକାଶ କରିବା ପରେ ଶ୍ରୀ ଜେନା ୨୦ଟଙ୍କା ଦେଇ ଅଳିଆ ଉଠାଇବାର ବ୍ୟବସ୍ଥା କରିଥିଲେ ବୋଲି କହିଛନ୍ତି । ଶ୍ରୀ ଜେନାଙ୍କ କହିବା କଥା ହେଲା, ଆମେ ପୈାରପାଳିକାକୁ ୟୁଜର-ଫି ଦେଉଛୁ । କିନ୍ତୁ ଅଳିଆଗାଡ଼ି ଆମ ଦୋକାନ ଅଳିଆ ନେବାକୁ ଦିନକୁ ୨୦, ସପ୍ତାହକୁ ୨ଶହ ଏବଂ ମାସକୁ ୮ଶହ ଟଙ୍କା ଦେବାକୁ କହୁଛନ୍ତି । ଏଭଳି ଅଭିଯୋଗର ସତ୍ୟତା ଅନୁସନ୍ଧାନ କରାଯାଇ ପଦକ୍ଷେପ ଗ୍ରହଣ ନକଲେ ବିନା ଲାଞ୍ଚରେ ପୈାରପାଳିକାରେ କାମ ହୁଏନି ବୋଲି ସମସ୍ତେ ଧରିନେବେ ।