ସର୍ପାଘାତରେ ମହିଳା ମୃତ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଖଡ଼ିସିଙ୍ଗା (ମଣାଗଡିଆ) ଗ୍ରାମରେ ସାପ କାମୁଡାରେ ଜନୈକ ମହିଳା ମୃତୁ୍ୟବରଣ କରିଥିବା ଜଣାଯାଇଛି ।  ଗ୍ରାମର ଶଙ୍କର୍ଷଣ ସେନାପତିଙ୍କ ପନôୀ ମାନସୀ(୪୨) ମଙ୍ଗଳବାର ରାତ୍ରରେ ଶୋଇଥିବା ବେଳେ ୧୧ଟା ବେଳେ ସର୍ପ ଦଂଶନ କରିଥିଲା । ପରିବାର ଲୋକେ ତୁରନ୍ତ ଯାଜପୁର ମେଡିକାଲକୁ ଚିକିସôା ପାଇଁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ସୋମବାର ଗ୍ରାମ ଶ୍ମଶାନରେ ଶୋକାକୂଳ ପରିବେଶରେ ସକôାର କରାଯାଇଥିଲା ।