ବନାଗ୍ନି ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର 

ଆସିକା: ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲା ଘୁମୁସର ଦକ୍ଷିଣ ବନଖଣ୍ଡର ଆସିକା ରେଞ୍ଜ କାର୍ଯ୍ୟାଳୟ ଆନୁକୂଲ୍ୟରେ ବନାଗ୍ନୀ ପ୍ରତିରୋଧ ଓ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଘୁମୁସର ଜିଲ୍ଲା ବନ ଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ,ଆସିକା ବିଡ଼ିଓ ସଂଗୀତା ଷଡ଼ଙ୍ଗୀ, ଆସିକା ରେଞ୍ଜର ପ୍ରମୋଦ କୁମାର ପଣ୍ଡା,ପରିବେଶବିତ ଶୂଳପାଣି ଶତପଥି, ଆତ୍ମା ର ଅଧକ୍ଷ ବିଜୟ ସ୍ୱାଇଁ, ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର, ଆସିକା ପ୍ରାଣୀ ଚିକିସôକ ଆଶୁତୋଷ ଚୌଧୁରୀ, ଅଗ୍ନିଶ୍ରମ ଅଧିକାରୀ ପ୍ରଶାନ୍ତ ମହାପାତ୍ର,କଲେଜ ଅଧ୍ୟାପକ ଅଜିତ କୁମାର ମୁନି,ମୟୁର ସୁରକ୍ଷା ସମିତି ସଭାପତି ସମୀର ପ୍ରଧାନ, ମୃଗ ସୁରକ୍ଷା ସମିତି ସଭାପତି ଅମୁଲ୍ୟ ଉପାଧ୍ୟାୟ, ପ୍ରମୁଖ ଉପସ୍ଥିତ ଥିଲେ ।  ଆଗାମୀ ଜାନୁଆରୀ ମାସ ରେ ଆରମ୍ଭ ହେବାକୁ ଥିବା ବନାଗ୍ନୀ ଦମନ ଉପରେ ସଚେତନତା କରାଯାଇଥିଲା । ଜଙ୍ଗଲରେ ନିଆଁଲାଗିବା, ଜଙ୍ଗଲରୁ ଚୋରି କରିବା, ଗୋ ଚାରଣ କାଟିବାକୁ ସୁଯୋଗ ଦେବା, ଜଙ୍ଗଲ କାଟି ଜବରଦଖଲ କରି ଘର କରିବା ଦ୍ୱାରା ଜଙ୍ଗଲ କ୍ଷୟ ହୋଇଥାଏ ।  ଆମେ ବଞ୍ଚôବା ହେଲେ ଅନ୍ୟକୁ ବଞ୍ଚାଇବାରେ ସାହାଯ୍ୟ କରିବା । ପ୍ରକୃତି ବଞ୍ଚିଲେ ଆମେ ବଞ୍ଚôବା । ବାଣଭୋଜୀ କରି ନିଆଁ ଲଗାଇ ଚାଲି ଆସିବା, ବନ ମଧ୍ୟରେ ବିଡି ସିଗାରେଟ ସେବନ କରି ଏଣେ ତେଣେ ଫୋପାଡିବା ଦ୍ୱାରା ବଣ ରେ ନିଆଁ ଲାଗିଥାଏ । ଏଭଳି ମନୁଷ୍ୟକୃତ ବନାଗ୍ନୀକୁ ରୋକିବା ପାଇଁ ବନ ସୁରକ୍ଷା ସମିତି, ଗ୍ରାମବାସୀ, ସ୍ବେଛାସେବୀ, ସ୍କୁଲ କଲେଜ ଛାତ୍ର ଛାତ୍ରୀ ଏବଂ ପଂଚାୟତ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ରହିଛି ବୋଲି ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ବନପାଳ ଶରତ ଚନ୍ଦ୍ର ବେହେରା, ଅକ୍ଷୟ କୁମାର ତ୍ରିପାଠୀ, ସୁକାନ୍ତ ପଟନାୟକ,ହରି କୃଷ୍ଣ ବାରିକ,ପ୍ରମୁଖ ସହଯୋଗ କରିଥିଲେ । ଆସିକା ବ୍ଲକରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ୧୦ ଗୋଟି ବନ ସୁରକ୍ଷା ଗୃହ ନିର୍ମାଣ ହୋଇଛି । ବନର ସୁରକ୍ଷା ନିମନ୍ତେ ସମସ୍ତେ ମିଳି ମିଶି କାମ କରିବାକୁ ଶପଥ ପାଠ କରିଥିଲେ ।