ସ୍କୁଟି ଦୁର୍ଘଟଣାରେ ୨ ମୃତ
ତାଳଚେର : ଚାଇଁପାଳ ଜାତୀୟ ରାଜପଥ ନିକଟସ୍ଥ ରିଲିଆନ୍ସ ପଟ୍ରୋଲ୍ ପମ୍ପ୍ ପାଶ୍ୱର୍ରେ ଏକ ଅଜଣା ଗାଡ଼ିଧକ୍କାରେ ଦୁଇ ସ୍କୁଟି ଆରୋହୀଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରୁ ଜଣେ ତାଳଚେର ଟାଉନଥାନା ଅଞ୍ଚଳ କୁମ୍ଭାର ସାହିର ହୋଇଥିବା ବେଳେ ଅନ୍ୟ ଜଣେ ନୁହୁରାସାହିର ବୋଲି ଜଣାପଡ଼ିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ ଗତକାଲି ରାତି ପ୍ରାୟ ୯ଟା ବେଳେ ସମ୍ପୃକ୍ତ ଦୁଇ ଯୁବକ ବଅଁରପାଳରୁ ତାଳଚେର ଆଡକୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟଏକ ଗାଡ଼ି ପାଖରେ ଥିବା ବଡ଼ଖାଲରେ ପଡ଼ିଯିବାରୁ ଭାରସାମ୍ୟ ହରାଇ ସ୍କୁଟିକୁ ଧକ୍କା ଦେଇଥିଲା । ଏହାସହ ଦୁର୍ଘଟଣା ଘଟାଇ ଅଜଣାଗାଡ଼ିଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ସେପଟେ ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତୁ୍ୟ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଦୁର୍ଘଟଣାର ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଲିସ୍ ପ୍ରଶାସନ ଘଟଣାସ୍ଥଳରେ ନ ପହଞ୍ଚôବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ପରେ ପୁଲିସ୍ ପହଞ୍ଚô ଲୋକଙ୍କୁ ବୁଝାସୁଝା କରି ପରିସ୍ଥିତି ସ୍ୱାଭାବିକ କରାଇଥିଲା । ଏଠାରେ ରାସ୍ତା ବିପର୍ଯ୍ୟସ୍ତ ଯୋଗୁ ରାଜପଥ ନିର୍ମାଣ ନେଇ ବାରମ୍ବାର ଦାବିପତ୍ର ଓ ଆନେ୍ଦାଳନ କରାଯାଉଥିଲେ ମଧ୍ୟ ପ୍ରଶାସନ ତିଳେ ମାତ୍ର ବି କର୍ଣ୍ଣପାତ କରୁନାହିଁ । ଗୋଡିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଯାଇଥିବା ଏହି ରାଜପଥରେ ବହୁ ଦୁର୍ଘଟଣା ଘଟୁଛି ଏବଂ ଏହି ରାଜପଥଟି ଏବେ ମରଣଯନ୍ତା ପାଲଟିଛି ।