କଲେଜ ଅଫ ବେସିକ ସାଇନ୍ସ ଆଣ୍ଡ୍ ହୁ୍ୟମାନିଟିଜର ହୀରକ ଜୟନ୍ତୀ
ଭୁବନେଶ୍ୱର : ଆଜି ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ)ର କୃଷି ଶିକ୍ଷା ସଦନ ଅଡିଟୋରିୟମଠାରେ ଓୟୁଏଟି ଅଧିନସ୍ଥ କଲେଜ୍ ଅଫ ବେସିକ ସାଇନ୍ସ ଆଣ୍ଡ ହୁ୍ୟମାନିଟିଜ୍ର ହୀରକ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ତାଙ୍କ ଉଦ୍ବୋଧନରେ କହିଥିଲେ କି, ଆଗାମୀ ସମୟ ପାଇଁ ଅଧ୍ୟାପକ, ଛାତ୍ର ଓ ପୂର୍ବତନ ଛାତ୍ର ସମାଜ ଶୈକ୍ଷିକ ଉକôର୍ଷତା, ବୈଜ୍ଞାନିକ ଭାବନା ଏବଂ ମାନବିକ ମୂଲ୍ୟବୋଧର ଆଲୋକବର୍ତ୍ତିକା ହେବାକୁ । ଦୀର୍ଘ ଷାଠିଏ ବର୍ଷ ଧରି ବିଜ୍ଞାନ ଏବଂ ଅନ୍ୟାନ୍ୟ ମୌଳିକ ବିଷୟଗୁଡ଼ିକ ଯୁବମାନସରେ ପ୍ରତିଫଳିତ କରାଇବାରେ ଏହି ଅନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ଅଗଣିତ ଛାତ୍ରଛାତ୍ରୀଙ୍କ ପାଇଁ ଶୈକ୍ଷିକ ଭିତ୍ତିଭୂମି ସ୍ଥାପନ କରିଛି, ଯେଉଁମାନେ ଗବେଷଣା, ଶିକ୍ଷାଦାନ, ପ୍ରଶାସନ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଅର୍ଥପୂର୍ଣ୍ଣ ଅବଦାନ ରଖିଛନ୍ତି । ଛଅ ଦଶନ୍ଧିର ଯାତ୍ରା କେବଳ ପାଳନ ପାଇଁ ମାଇଲଖଣ୍ଟ ନୁହେଁ, ବରଂ ଦେଶ ପାଇଁ ସାମଗ୍ରିକ ମାନବ ସମ୍ବଳ ଗଠନ କରିବାରେ ମୌଳିକ ବିଜ୍ଞାନ ଏବଂ ମାନବିକତାର ପ୍ରାସଙ୍ଗିକତାର ଉଦାହରଣ । ବର୍ତ୍ତମାନ ପ୍ରଯୁକ୍ତିବିଦ୍ୟାର ଦ୍ରୁତ ଉନ୍ନତି ଯୁଗରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ବଢୁଥିବା ସମସ୍ୟା ଦୃଷ୍ଟିରୁ ଏକ ସୁସଂଗତ, ସୁଚିନ୍ତିତ ଏବଂ ନୈତିକତାଯୁକ୍ତ ମାନବ ସମ୍ବଳର ଆବଶ୍ୟକତା ବଢ଼ିଯାଇଛି । ଉକ୍ତ କଲେଜ ଏହାର ଶିକ୍ଷାଗତ ମାନଦଣ୍ଡକୁ ନିରନ୍ତର ଭାବେ ଉନ୍ନତି କରି ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁସନ୍ଧାନ, ପରୀକ୍ଷଣ ଏବଂ ଅନ୍ୱେଷଣ ମନୋଭାବକୁ ପ୍ରୋସôାହିତ କରି ଆବଶ୍ୟକତାକୁ ପୂରଣ କରିବା ଦିଗରେ ଆଗେଇ ଚାଲିଛି ବୋଲି ରାଜ୍ୟପାଳ କହିଥିଲେ । ଉକ୍ତ ସମାରୋହରେ ବିଶିଷ୍ଟ ଅତିଥିଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ ମୌଳିକ ବିଜ୍ଞାନ ହେଉଛି ଉଦ୍ଭାବନର ମୂଳଦୂଆ ।
ଆଜିର ସମୟରେ ଜଳବାୟୁ ପରିବର୍ତ୍ତନ ଏକ ସମସ୍ୟାରୂପେ ଉଭା ହୋଇଛି । ଏହାର ମୁକାବିଲା କରିବା ପାଇଁ ଆମକୁ ବିଜ୍ଞାନ ସମ୍ମତ ପଦକ୍ଷେପ ଆପଣେଇବାକୁ ହେବ । ଓୟୁଏଟିର ଭାଇସ୍ ଚାନସେଲର ପ୍ରଫେସର ପ୍ରଭାତ କୁମାର ରାଉଳ ବକ୍ତବ୍ୟ ପ୍ରଦାନ କରି ଓୟୁଏଟି ଅର୍ନ୍ତଗତ କଲେଜ୍ ଅଫ୍ ବେସିକ୍ ସାଇନ୍ସ ପ୍ରତିଷ୍ଠାର ଇତିବୃତ୍ତି ଓ କ୍ରମ ବିକାଶ ସଂପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ନିଦେ୍ର୍ଦଶକ ପ୍ରଫେସର ନନ୍ଦିତା ସ୍ୱାଇଁ ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ହୀରକ ଜୟନ୍ତୀ ପାଳନ କମିଟିର ଆବାହକ ନିଶିକାନ୍ତ ରାଜ୍ ବର୍ଷବ୍ୟାପୀ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ଏବଂ ଶେଷରେ ଛାତ୍ର କମିଟିର ଉପଦେଷ୍ଟା ଡ. ପିକେ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।