ବାଣ ବିସ୍ଫୋରଣ, ଜଣେ ମୃତ

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ଅଧୀନ ବଡ଼ଗୋପାଳପୁର ଗାଁରେ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ବାଣ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଖଗେଶ୍ୱର ପଲେଇ। ସେ ଘରେ ବାଣ ଗଚ୍ଛିତ କରି ରଖିଥିଲେ ବୋଲି ସୂଚନା ମିଳିଛି। 

ଏତେ ଜୋରରେ ବିସ୍ଫୋରଣ ହୋଇଥିଲା ଯେ ଆଖପାଖ ଅଞ୍ଚଳ କମ୍ପି ଉଠିଥିଲା। କେହି କିଛି ବୁଝିବା ପୂର୍ବରୁ ଘର ଚାରିପଟେ ଧୂଆଁମୟ ହୋଇଯାଇଥିଲା।ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲେ ହେଁ ଖଗେଶ୍ୱରଙ୍କୁ ଜୀବତ ଉଦ୍ଧାର କରାଯାଇପାରି ନଥିଲା। କେହି କେହି କହୁଛନ୍ତି ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁ ଏହି ଘଟଣା ଘଟିଛି। ବିସ୍ଫୋରଣ କେମିତି ହେଲା ସେ ନେଇ ଅଗ୍ନିଶମ ବାହିନୀ ପକ୍ଷରୁ ତଦନ୍ତ କରାଯାଉଛି।