ଦୁର୍ବୃତ୍ତଙ୍କ ଆକ୍ରମଣରେ ମାଆ ମୃତ,ଝିଅ ଗୁରୁତର

 ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳରେ ହତ୍ୟାକାଣ୍ଡ । ମା’ ଝିଅଙ୍କୁ ଖଣ୍ଡାରେ ହାଣିଦେଲେ ଦୁର୍ବୃତ୍ତ। ଆକ୍ରମଣରେ ମାଆ ମୃତ, ଝିଅ ଗୁରୁତର । ମୃତକ ହେଲେ ଗାୟତ୍ରୀ ସ୍ୱାଇଁ। ତାଙ୍କ ଝିଅ ୧୧ ବର୍ଷୀୟା  ନିଲମ ସ୍ବାଇଁଙ୍କୁ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯାଇଛି  ।  ବ୍ରହ୍ମପୁର ଶକ୍ତିନଗର ସ୍ଥିତ ଶ୍ରୀମାନଗର ଦ୍ୱିତୀୟ ଲାଇନରେ ମା’ ଓ ଝିଅଙ୍କୁ ଖଣ୍ଡାରେ ଆକ୍ରମଣ କରିଛନ୍ତି ।  ସେପଟେ ରାଜଧାନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ  ।  ଖଣ୍ଡଗିରି ଥାନା ସରକନ୍ତରା କେନାଲ ବନ୍ଧ କଡ଼ରୁ ମିଳିଲା ମୃତଦେହ। ମୃତକ ହେଲେ ୩୪ ବର୍ଷୀୟ ଜ୍ୟୋତି ରଞ୍ଜନ ବେହେରା। ଗତ ରାତିରୁ ତାଙ୍କର ପତ୍ତା ମିଳିନଥିଲା। ଆଜି ସକାଳେ ସରକନ୍ତରା କେନାଲ ବନ୍ଧ କଡ଼ରେ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତଦେହ ନିକଟରେ ତାଙ୍କ ଗାଡି ମଧ୍ୟ ପଡିଛି । ଜ୍ୟୋତିରଞ୍ଜନ ପେସାରେ ଜଣେ ବ୍ୟବସାୟୀ ଥିବାରୁ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖଣ୍ଡଗିରି ଓ ଏୟାରଫିଲଡ଼ ଥାନା ବର୍ଡ଼ରରେ ଘଟିଛି ଏହି ଘଟଣା।