ସାପ କାମୁଡାରେ ମହିଳା ମୃତ
ଆସିକା : ଆସିକା ବ୍ଲକ ଅନ୍ତର୍ଗତ କୋଟି ନଡା ଥାନା ଅନ୍ତର୍ଗତ ଜୟପୁର ଗ୍ରାମରେ ଜଣେ ମହିଳାଙ୍କ ସାପ କାମୁଡାରେ ମୃତ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଜୟପୁର ଗ୍ରାମର ଜୟଦେବ ଲେଙ୍କାଙ୍କ ପନôୀ ଲକ୍ଷ୍ମୀ ଲେଙ୍କା (୫୨) । ସବୁଦିନ ଭଳି ଆଜି ମଧ୍ୟ ଲକ୍ଷ୍ମୀ ନିଜ ଚାଷ କାର୍ଯ୍ୟ ନିମନ୍ତେ ବିଲକୁ ଯାଉଥିବା ବେଳେ ଏକ ବିଷ ଧର ସାପ ଦଂଶନ କରିଥିଲା । ଏହାପରେ ପରିବାର ଲୋକ ନିକଟସ୍ଥ ଆସିକା ଉପଖଣ୍ଡ ଚିକିସôାଳୟକୁ ଆଣିଥିଲେ । ଡାକ୍ତର ଲକ୍ଷ୍ମୀକୁ ମୃତ ଘୋଷଣା କରିଥିଲେ । କୋଟିନଡା ପୁଲିସ ଅଭିଯୋଗ ମିଳିବା ପରେ ଥାନାରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।