ଚୋର ସନେ୍ଦହରେ ଯୁବକକୁ ଆକ୍ରମଣ, ୨ ଗିରଫ

 କାକଟପୁର:  ପୁରୀ ଜିଲ୍ଲା ଅସ୍ତରଙ୍ଗରୁ ଏକ ଗାଡି ଚୋରୀ ଚୋରୀ କରିଥିବା ସନେ୍ଦହରେ କାକଟପୁର ମହାନ୍ତି ସାହିର ବିଭୁତି ଭୂଷଣ ମଲ୍ଲିକଙ୍କ ପୁଅ ରିକୁ ମଲ୍ଲିକଙ୍କୁ ଅସ୍ତରଙ୍ଗ ଅଞ୍ଚଳର ରାଜା ଓରଫ ଶ୍ରୀଧର ପରିଡା ଓ ଚିତ୍ରସେନ ବସ୍ତିଆ ଅସ୍ତରଙ୍ଗରୁ ରିଙ୍କୁକୁ ପିଛା କରି କାକଟପୁର ମହାନ୍ତି ସାହି ଠାରେ ଧରି ନିସ୍ତୁକ ମାଡ ମାରିବା ସହିତ ବାଉଁଶ ବାଡ଼ିରେ ମରଣାନ୍ତକ ଆକ୍ରମଣ କରି ରିଙ୍କୁଙ୍କ ହାତ ଭାଙ୍ଗି ଦେଇଥିଲେ  । ଏ ସଂକ୍ରାନ୍ତରେ ରିଙ୍କୁ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ କାକଟପୁର ଥାନା ପକ୍ଷରୁ ଆଇଆଇସି ବସନ୍ତ ସାହୁଙ୍କ ନିଦେ୍ର୍ଦଶ କ୍ରମେ ଏଏସଆଇ ପ୍ରମୋଦ ସେଠୀ, ପ୍ରମୋଦ ହାତୀ ଏବଂ କନେଷ୍ଟବଳ ବବ୍ରୁବାହାନ ମହାନ୍ତି ସଦଳବଳେ ଚଢ଼ାଉ କରି ଉପରୋକ୍ତ ୨ ଅଭିଯୁକ୍ତ ଧରି ଥାନାକୁ ଆଣିବା ସହିତ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି  ।