ୟୁବା ମନ୍ଥନ ୨୦୨୪ ଆୟୋଜିତ

ାା ପ୍ରଭାନୁ୍ୟଜ୍ ।ା ଜଟଣୀ:  ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ନିକଟରେ ୟୁବା ମନ୍ଥନ ୨୦୨୪ ର ଆୟୋଜନ ହୋଇଯାଇଛି । କାର୍ଯ୍ୟକ୍ରମ ଅଧୀନରେ ଏକ ମଡେଲ ମିଳିତ ଜାତିସଂଘ (ୱାଇମୁନ), ଯୁବ ସଂସଦୀୟ ବିତର୍କ (ୱାଇପିଡି) ଏବଂ ୟୁବା ମନ୍ଥନ ହ୍ୟାକାଥନ୍ ଆଦି ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛାତ୍ର ଜିମଖାନାର ସାମାଜିକ-ସାଂସ୍କୃତିକ ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିତର୍କ, ନୀତିଗତ ଆଲୋଚନା ଏବଂ ଅଭିନବ ପ୍ରତିଯୋଗିତାର ଏକ ପ୍ରେରଣାଦାୟକ ମିଶ୍ରଣ ପାଇଁ ଏକତ୍ରିତ ହୋଇଥିଲେ । ଚଳିତ ବର୍ଷର ୟୁବା ମନ୍ଥନର ବିଷୟବସ୍ତୁ ଥିଲା ‘୨୦୪୭ ପର୍ଯ୍ୟନ୍ତ ଭାରତର ଯାତ୍ରାର ଉଦ୍ଦୀପନା ଏକ ବିକଶିତ ଭାରତର ଲକ୍ଷ’ । ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ, ନିଦେ୍ର୍ଦଶ ଅନୁଯାୟୀ କାର୍ଯ୍ୟକ୍ରମର ଆୟୋଜନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ଅଧୀନରେ କରାଯାଇଥିଲା । ଆଇଆଇଟି ଭୁବନେଶ୍ୱରର ନିଦେ୍ର୍ଦଶକ ପ୍ରଫେସର ଶ୍ରୀପଦ କରମଲକର ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଭାରପ୍ରାପ୍ତ  ଡିନ୍ ପ୍ରଫେସର ଏସ.କେ ପଣ୍ଡା, ଛାତ୍ର ଜିମଖାନାର ସଭାପତି କୋଦଣ୍ଡରାମ ମଙ୍ଗିପୁଡି, ଅଧ୍ୟାପକ ଉପଦେଷ୍ଟା ଡ. ଦେବେଶ ପୁନେରା ଏବଂ ଡ. ସୁବ୍ରଦୀପ ମଲ୍ଲିକ ପ୍ରମୁଖ ଉପସ୍ଥିତଥିଲେ । କାର୍ଯ୍ୟକ୍ରମରେ ତିନି କମିଟିରେ ୬୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନଭେମ୍ବର ୧୦ରେ ଆୟୋଜିତ ଯୁବ ସଂସଦୀୟ ବିତର୍କ (ୱାଇପିଡି), ଛାତ୍ରଛାତ୍ରୀଙ୍କ ପାଇଁ ସଂସଦୀୟ ଶୈଳୀରେ ଆଲୋଚନା ପାଇଁ ଏକ ନୂତନ ପ୍ଲାଟଫର୍ମ ପ୍ରଦାନ କରିଥିଲା । ବିଶ୍ଳେଷଣ ଏବଂ ନୀତି ନିର୍ଦ୍ଧାରଣ କୌଶଳକୁ ଉସôାହିତ କରିବା ପାଇଁ ପରିକଳ୍ପିତ ଚ୍ୟାଲେଞ୍ଜରେ ପ୍ରତିଯୋଗିତା କରି ହ୍ୟାକଥନରେ ୧୨ ଟି ଦଳ ରହିଥିଲେ, ପ୍ରତ୍ୟେକରେ ୫ ଜଣ ସଦସ୍ୟ ରହିଥିଲେ । ଛାତ୍ର ଜିମଖାନାର ଉପସଭାପତି ଯୁବରାଜ ପ୍ରତାପ ସିଂଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।