ଶିଳ୍ପୀ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବ
ମଙ୍ଗଳପୁର: ଦଶରଥପୁର ବ୍ଲକ ଅଧିନସ୍ଥ କୟାଁ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପୁର ଗ୍ରାମରେ ଶିଳ୍ପୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ ଓ ପାଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭା ଅନୁଷ୍ଠାନର ସମ୍ପାଦକ ପ୍ରତାପ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବେ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର ଯୋଗଦେଇ ଗ୍ରାମାଞ୍ଚଳରେ ସଂସ୍କୃତି ଓ ପରମ୍ପରା ଉଦଜୀବିତ ରଖିବାରେ ଶିଳ୍ପୀ ଅନୁଷ୍ଠାନର ଭୂମିକାକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥିଭାବେ ଅନୁଷ୍ଠାନର ସଭାପତି ସଞ୍ଜୟ ଦାସ, ଲେଖିକା କଳ୍ପନା ମିଶ୍ର, ଶିକ୍ଷାବିତ୍ ବୈକୁଣ୍ଠ ପରିଡା, ସମାଜସେବୀ ମଳୟ କୁମାର ପଣ୍ଡା, ବିଜୟ କୁମାର ପଣ୍ଡା, ଯୁବନେତା ପ୍ରିୟବ୍ରତ ବିଶ୍ୱାଳ, ପଣ୍ଡିତ ଭୂପତିଭୂଷଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କୁ ସଂଗୀତ ଗୌରବ ସମ୍ମାନ, ଶିକ୍ଷାବିତ୍ ବୈକୁଣ୍ଠ ପରିଡ଼ାଙ୍କୁ ମାଟିର ମହକ ସମ୍ମାନରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସହ ସମ୍ପାଦକ ମନୋଜ କୁମାର ରାୟ ସହଯୋଗ କରିଥିଲେ ।