ସକାଳେ ଜଳୁଛି ସନ୍ଧ୍ୟାରେ ଲିଭୁଛି

 ପାଣିକୋଇଲି : ଯାଜପୁର ଜିଲାର ମଧ୍ୟମ ସ୍ଥଳ ହେଉଛି ପାଣିକୋଇଲି । ପାଣିକୋଇଲି ବଜାର ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଲା ଏଠାରେ ସବୁ ସମୟରେ ବେଳେ ଯାତ୍ରୀମାନଙ୍କ  ଆତଯାତ ଲାଗିରହିଥାଏ । ହେଲେ ଯାତ୍ରୀମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ପାଣିକୋଇଲି ବଜାରରେ ଷ୍ଟ୍ରିଟ ଲାଇଟ୍ର ବ୍ୟବସ୍ତା କରାଯାଇଛି । ୨୦ନମ୍ୱର ଜାତୀୟ ରାଜପଥ ବ୍ରିଜ କଡ଼ରେ ଯେତେକ ଲାଇଟ୍ ଅଛି ସେ ଦିନ ହେଲେ ଜାଳିବା ଆରମ୍ଭ କରିଥାଏ ଆଉ ସନ୍ଧ୍ୟା ହେଲେ ବନ୍ଦ । ଏହାର କାରଣ କଣ କୋଉଠି ତ୍ରୁଟି ରହୁଛି ସେଥିପ୍ରତି କିନ୍ତୁ କେହି ଦୃଷ୍ଟି ଦେଉ ନାହାନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଲାଗିଥିବା ଷ୍ଟି୍ରଟଲାଇଟ ଯଦି ଯାତ୍ରୀମାନଙ୍କୁ ଆଲୁଅ ଦେଇପାରୁନି, ତେବେ ତାହା ଲାଗି ଲାଭ କାହାର ହେଉଛି ବୋଲି ସାଧାରଣରେ ପ୍ରଶ୍ନ କରାଯାଉଛି ।