ବାପାର ବୋମା ମାଡ଼, ପୁଅ ମୃତ
ବାଲୁଗାଁ: ବାପାର ବୋମା ମାଡ଼ରେ ସାନ ପୁଅର ମୃତୁ୍ୟ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ବାଣପୁର ଥାନା ଅନ୍ତର୍ଗତ ସାହସପୁର ଶାନ୍ତିନଗରରେ ଏଭଳି ଘଟଣା ଘଟିଛି । ବଡ଼ ପୁଅକୁ ମାରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି । ସମ୍ପତ୍ତିକୁ ନେଇ ବଡ଼ ପୁଅ ସହ ଦୀର୍ଘଦିନ ହେଲା ବିବାଦ ରହିଥିଲା । ତେବେ ବାପା ନିଜର ସାନ ପୁଅ ସହ ବଡ଼ ପୁଅକୁ ମାରିବାକୁ ଯାଇଥିବାବେଳେ ଦୁର୍ଭାଗ୍ୟବସତଃ ବୋମାମାଡ଼ରେ ସାନ ପୁଅର ମୃତୁ୍ୟ ହୋଇଛି । ବଡ଼ ପୁଅକୁ ବୋମା ଫିଙ୍ଗିବାବେଳେ ଅସାବଧାନତାରୁ ସାନପୁଅ ଦେହରେ ବୋମାଟି ବାଜିଥିଲା । ଏନେଇ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହ ଉଭୟ ବାପା ଓ ବଡ଼ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି । ଏଥିସହ ପୁଲିସ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରିଛି ।
Editor