ବାଇକ୍ରୁ ଖସି ୧ ମୃତ
କୋରାପୁଟ : କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଅନ୍ତର୍ଗତ କାଳିଆମ୍ବ ଠାରୁ ଡେଙ୍ଗାଗୁଡ଼ା ଗ୍ରାମରେ ଯାଉଥିବା ଏକ ଭୁଲାନି ଘାଟି ରାସ୍ତା ଉପରରୁ ଜଣେ ଅଜଣା ବ୍ୟକ୍ତି ବାଇକ ସହ ନିଜେ ତଳେ ପଡ଼ି ମୃତୁ୍ୟ ବରଣ କରିଥିବା ଦେଖିବାକୁ ମିଳିଛି । ଏହି ଘଟଣା କାଲି ସନ୍ଧ୍ୟା ବେଳେ ହୋଇଥିବା ଆଜି ସକାଳୁ ଗାଁ ଲୋକମାନେ ଏହି ଦୃଶ୍ୟ ଦେଖିକରି ଦଶମନ୍ତପୁର ଥାନାରେ ଗାଁ ଲୋକମାନେ ଫୋନ୍ ମାଧ୍ୟମରେ ଜଣାଇଥିଲେ । ଏହି ଘଟଣା ଜାଣିବା ପରେ ଆଇଆଇସି ଏବଂ ସମସ୍ତ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଘଟଣାବଳୀକୁ ଛାନ୍ ଭିନ୍ କରୁଥିବା ଦେଖିବାକୁ ମିଳିଛି ।