ଶିମିଳିପାଳରେ ୬୦ ବର୍ଷ ବୟସରେ ପୋଷା ହାତୀ ମୃତ୍ୟୁ
ଶିମିଳିପାଳରେ ପୋଷାହାତୀ ଭବାନୀର ମୃତ୍ୟୁ । ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ହୋଇଥିଲା ପୋଷାହାତୀ "ଭବାନୀ"। ଆଜି ସକାଳୁ ହାତୀଟିର ମୃତ୍ୟୁ ହୋଇଥିବା ବେଳେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଅଭୟାରଣ୍ୟରେ କାଠ ମାଫିଆ ଏବଂ ବନ୍ୟଜନ୍ତୁ ଶିକାରୀ ରୋକିବା ତଥା ପେଟ୍ରୋଲିଂ ପାଇଁ ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ 'ହାମସୁରା ବନ୍ୟପ୍ରାଣୀ ଡିଭିଜନ'ର ହସ୍ତୀପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ଦନ୍ତାହାତୀ ମହେନ୍ଦ୍ର, ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ଏବଂ ତିନିଟି କୁମକୀ ହାତୀଙ୍କୁ ଶିମିଳିପାଳ ଅଣାଯାଇଥିଲା । ପ୍ରଥମେ ଶୋଭା ଓ କିଛି ଦିନ ପୂର୍ବରୁ ମହେନ୍ଦ୍ରର ମୃତ୍ୟୁ ହୋଇଥିଲା । ଆଜି ୬୦ବର୍ଷ ବୟସରେ ଆଖି ବୁଜିଛି ଭବାନୀ ।