ମନରେ ଶାନ୍ତି ପାଇଁ ଯୋଗ ଜରୁରି

 ଭୁବନେଶ୍ୱର  :  ଅନ୍ତର୍ଜାତୀୟ ଯୋଗ ଦିବସ (ଆଇଡିୱାଇ) ୨୦୨୫ର ୧୦୦ ଦିନିଆ କାଉଣ୍ଟଡାଉନ୍ ଅବସରରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସମନ୍ୱିତ କୃଷି ଓ ପ୍ରାକୃତିକ ସମ୍ପଦ ବିଦ୍ୟାଳୟ ପକ୍ଷରୁ ସୁନାବେଡ଼ାଠାରେ ଅବସ୍ଥିତ ଏହାର ସ୍ଥାୟୀ କ୍ୟାମ୍ପସରେ  'ଯୋଗ ମାଧ୍ୟମରେ ମାନସିକ ଶାନ୍ତି' ଶୀର୍ଷକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ପ୍ରଫେସର ପଣ୍ଡା ତାଙ୍କ ଅଭିଭାଷଣରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରୟାସର ଫଳସ୍ୱରୂପ ଯୋଗକୁ ବିଶ୍ୱସ୍ତରୀୟ ମାନ୍ୟତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ  । ମଣିଷର ଆଭ୍ୟନ୍ତରୀଣ ଶାନ୍ତି ଏବଂ ସାମଗ୍ରିକ କଲ୍ୟାଣକୁ ପ୍ରୋସôାହିତ କରିବାରେ ଯୋଗର ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ଆଇଡିୱାଇ ଉସôବରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ କରିବା ପାଇଁ ଶିକ୍ଷା ମନ୍ତ୍ରଣାଳୟର ପଦକ୍ଷେପକୁ ପ୍ରଶଂସା କରିଥିଲେ  । କୃଷି ବିଭାଗ ମୁଖ୍ୟ ଡ. ମଞ୍ଜୁଶ୍ରୀ ସିଂହ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଦୁଗ୍ଧ ବିଜ୍ଞାନ ବିଭାଗ ର ମୁଖ୍ୟ ଡ. ସଞ୍ଜୟ ପ୍ରଧାନ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ । ସୁନାବେଡ଼ାସ୍ଥିତ ଆର୍ଟ ଅଫ୍ ଲିଭିଂର ମାନ୍ୟତାପ୍ରାପ୍ତ ପ୍ରଶିକ୍ଷକ- ଅଭୟ ସାହୁ, ବିଶ୍ୱରଞ୍ଜନ କାନୁନଗୋ ଓ ବେଦ ପ୍ରକାଶ ଦାସ ଯୋଗ ଅଧିବେଶନ ପରିଚାଳନା କରିଥିଲେ । ଏହି ଅଧିବେଶନରେ ବିଭିନ୍ନ ଆସନର ବର୍ଣ୍ଣନା ସହ ପ୍ରଦର୍ଶନ କରାଯାଇଥିଲା, ଯାହାକୁ ଉପସ୍ଥିତ ଲୋକମାନେ ସକ୍ରିୟ ଭାବରେ ଅଭ୍ୟାସ କରିଥିଲେ  । କୃଷି ଓ ଦୁଗ୍ଧ ବିଜ୍ଞାନ ବିଭାଗ ମିଳିତ ଭାବେ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବୋଲି ବିଶ୍ୱବିଦ୍ୟାଳୟର ଲୋକସମ୍ପର୍କ ଅଧିକାରୀ ଡ. ଫଗୁନାଥ ଭୋଇ ଜଣେଇଛନ୍ତି  ।