୫ ବର୍ଷରେ ୭୪ ନକ୍ସଲଙ୍କ ଆତ୍ମସମର୍ପଣ

 ଭୁବନେଶ୍ୱର:  ୫ ବର୍ଷ ମଧ୍ୟରେ ରାଜ୍ୟରେ ମୋଟ ୭୪ଜଣ ନକ୍ସଲ ତଥା ମିଲିସିଆ କମାଣ୍ଡର୍ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ରାଜ୍ୟ ସରକାରଙ୍କ "ଆତ୍ମ-ସମର୍ପଣ ଏବଂ ପୁନର୍ବାସ ଯୋଜନା’ରେ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଯୋଗ୍ୟ ବିବେଚିତ ୫୦ ମାଓବାଦୀମାନଙ୍କ ଥଇଥାନ ବାବଦରେ ମୋଟ ୧,୪୯,୪୪,୦୦୦ ବ୍ୟୟ କରାଯାଇଛି । ଆଜି ଗୃହରେ ବିଧାୟକ ବିଜୟ କୁମାର ଦଳବେହେରାଙ୍କ ନକ୍ସଲ ସମର୍ପଣ ସମ୍ବନ୍ଧିତ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଗତ ୫ ବର୍ଷ ଅର୍ଥାତ ୨୦୨୦-୨୧ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ, ନିରାପତ୍ତା ସଂକ୍ରାନ୍ତୀୟ ବ୍ୟୟ (ଝଜଋ)ରେ ମୋଟ ୨୮୦.୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ସେଥିମଧ୍ୟରୁ କେନ୍ଦ୍ରୀୟ ଯବାନ ସମ୍ୱନ୍ଧୀୟ ଦେୟ ବାବଦରେ ମୋଟ ୨୦୨.୯୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।