ଦୁର୍ଘଟଣାରେ ପରିବାରର ୪ ମୃତ

ଭୁବନେଶ୍ୱର : ଏକ ହାଇୱା ପିଟିଦେବାରୁ ଏକ ପରିବାରର ୪ ଜଣଙ୍କର ଜୀବନଦୀପ ଲିଭଯାଇଛି । ଦୁର୍ଘଟଣାରେ ବାପା, ମାଆ, ପୁଅ ଓ ଝିଅଙ୍କ ମୃତ୍ୟୁ ଘଟିଛି । ସେମାନେ ପଲସରରେ ଯାଉଥିବାବେଳେ ହାଇୱାଟି ଧକ୍କା ଦେଇଥିଲା । ଫଳରେ ପଲସରଟି କିଛି ଦୂର ଛିଟିକି ପଡ଼ିଥିଲା । ଘଟଣାସ୍ଥଳରେ ବାପା ମାଆଙ୍କ ମୃତ୍ୟୁ ଘଟିଥିବାବେଳେ ଡାକ୍ତରଖାନାରେ ପୁଅ ଓ ଝିଅଙ୍କ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି । ପୁଲିସ ହାଇୱାକୁ ଜବତ କରିଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଛି ।