ମିଳିଲା ଫେରାର ବିଚାରାଧୀନ କଏଦୀଙ୍କ ମୃତଦେହ
ରାଉରକେଲା: ୧୭ ସେପ୍ଟେମ୍ବରରେ ରାଉରକେଲା ସ୍ବତନ୍ତ୍ର ଜେଲ୍ରୁ ପଳାୟନ କରିଥିବା ବିଚାରାଧୀନ କଏଦୀ ସୁରେଶ ବାର୍ଲାଙ୍କ ମୃତଦେହ ରବିବାର ସକାଳେ ଜେଲ୍ ପଛ ଜଙ୍ଗଲରୁ ମିଳିଛି। ପୋଲିସ ଏକ ସାଇଣ୍ଟ ଫିକ୍ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ସୁରେଶ ବାର୍ଲା ନିଜ ମାଆଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଜୁଲାଇ ମାସରୁ ଜେଲ୍ରେ ଥିଲେ। ଘଟଣାସ୍ଥଳରେ ଏସ୍ଡିପିଓ ରଶ୍ମୀ ମହାପାତ୍ର ନେତୃତ୍ୱରେ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କ ବୟାନ ରେକର୍ଡ କରାଯାଇଛି। ପରେ ପୋଷ୍ଟମର୍ଟମ୍ ପାଇଁ ମୃତଦେହ ପଠାଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।