ସୁଭଦ୍ରା ନେଇ ଆସିଲା ବଡ଼ ଖବର

SUBHADRA JOJANA

ସୁଭଦ୍ରା ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର : ସୁଭଦ୍ରାକୁ ନେଇ ଏକ ବଡ଼ ଖବର ଆସିଛି  । ସୁଭଦ୍ରା ଟଙ୍କା କେମିତି ପାଇବେ ସେନେଇ ଗାଇଡ଼ଲାଇନ୍‌ ଜାରିହୋଇଛି  । ସୁଭଦ୍ରା ଅଧିନରେ ପଞ୍ଜିକୃତ ଆବେଦନକାରୀଙ୍କ ମଧ୍ୟରୁ ଯେଉଁମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ସମସ୍ୟା ଯଥା; ଆଧାର ସଂଯୋଗୀକରଣ ନହେବା, ଆଧାର ଅଚଳ ହେବା, ସିଧାସଳଖ ଲାଭ ପ୍ରାପ୍ତି ନିମନ୍ତେ ଆକାଉଣ୍ଟ ସକ୍ଷମ ନଥିବା, ଆକାଉଣ୍ଟ ଅଚଳ ଥିବା ବା ଇ-କେୱାଇସି ନଥିବା ସମସ୍ୟା ରହିଛି ସେମାନେ କେଉଁ ପଦକ୍ଷେପ ନେବା କଥା ସେନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି  ।

୫ ଲକ୍ଷ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ, ଆଧାର ଓ ମୋବାଇଲ ନମ୍ବର ମଧ୍ୟରେ ସମନ୍ୱୟ ନାହିଁ  । ଯାହାର ଦୁଇ ତିନୋଟି ଆକାଉଣ୍ଟ ସେମାନଙ୍କର ଏଭଳି ସମସ୍ୟା ହୋଇଛି  । ବ୍ୟାଙ୍କରେ ଗୋଟିଏ ଆକାଉଣ୍ଟ ସହ ଗୋଟିଏ ମୋବାଇଲ ନମ୍ବର ଯୋଡ଼ନ୍ତୁ  । ୨୪ରେ ବାକି ହିତାଧିକାରୀଙ୍କୁ ଟଙ୍କା ମିଳିଯିବା କଥା  । କେହି ବଞ୍ଚିତ ହେଲେ ଗାଁ ଗାଁକୁ ଟିମ୍‌ ଯିବ  । ଅଙ୍ଗନବାଡ଼ି କର୍ମୀ ବ୍ୟକ୍ତିଗତ ଭାବେ ଯାଇ ଭେରିଫିକେସନ୍‌ କରିବେ  । 

ସେହିପରି ଆବେଦନକାରୀମାନଙ୍କ ଏକ ତାଲିକା ସୁଭଦ୍ରା ୱେବସାଇଟ୍‌ ତଥା ସଂପୃକ୍ତ ବ୍ଳକ, ପଞ୍ଚାୟତ, ମୁନିସପାଲଟି, ୱାଡର଼୍ରେ ଉପଲବ୍ଧ କରାଯାଇଛି  । ଏହା ଅଧିନରେ ପଞ୍ଜିକୃତ ଅଧିକାରୀମାନେ ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରି ଉକ୍ତ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି  ।