ଦୋକାନରୁ ମିଳିଲା ଦମ୍ପତିଙ୍କ  ମୃତଦେହ


ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର : ପନôୀଙ୍କ ଚାକିରିରେ ସନ୍ତୁଷ୍ଟ ନ ଥିଲେ ସ୍ୱାମୀ । ସବୁବେଳେ ଚାକିରି ଛାଡିବାକୁ ବାଧ୍ୟ କରୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଲାଗି ରହୁଥିଲା କଳହ । ଆଉ ଶେଷରେ ଆଜି ସକାଳୁ ଏକ ଦୋକାନ ଘରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ପନôୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସ୍ୱାମୀଙ୍କ ମୃତଦେହ ଚଟାଣରେ ପଡିଥିଲା । ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସନେ୍ଦହରେ ରହିଛି । ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ଅଞ୍ଚଳରେ ଘଟିଛି  । ମୃତକଦ୍ୱୟ ହେଲେ ଦିଲୀପ ଦଳେଇ ଓ ତାଙ୍କ ପନôୀ ରଶ୍ମୀତା ଦଳେଇ । ଦିଲୀପ ଏକ ଚା’ ଦୋକାନ କରିଥିବା ବେଳେ ପନôୀ ରଶ୍ମୀତା କୃଷି ମିତ୍ର ଭାବେ କାମ କରୁଥିଲେ । ଉଭୟଙ୍କର ଏକ ପୁଅ ଓ ଝିଅ ଥିବା ବେଳେ ସେମାନେ ଅଜା ଘରେ ରହୁଥିଲେ । ତେବେ ରଶ୍ମୀତାଙ୍କୁ ଚାକିରି ଛାଡିବାକୁ ଦିଲୀପ ବାଧ୍ୟ କରୁଥିବା ବେଳେ ରଶ୍ମୀତା କିନ୍ତୁ ଅମଙ୍ଗ ହେଉଥିଲେ । ଏହାକୁ ନେଇ ଉଭୟ ପତିପନôୀଙ୍କ ମଧ୍ୟରେ ଗତ କିଛି ଦିନ ହେବ ଗଣ୍ଡଗୋଳ ଲାଗି ରହିଥିଲା । ଗତ ରାତିରେ ଉଭୟ ଲଙ୍ଗଳେଶ୍ୱର ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ନିଜ ଦୋକାନରେ ଶୋଇଥିଲେ । ମାତ୍ର ଆଜି ସକାଳୁ ସେମାନେ ନ ବାହାରିବାରୁ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି କବାଟ ଭାଙ୍ଗି ଭିତରେ ରଶ୍ମୀତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଓ ଦିଲୀପଙ୍କ ମୃତଦେହ ଚଟାଣରେ ପଡିଥିବା ଦେଖିବାକୁ ପାଇଥିଲା । ପୁଲିସ୍ ଦମ୍ପତିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।