କଟିଛି ୮ ଲକ୍ଷ ୧୬ ହଜାର ରାସନ କାର୍ଡ : ମନ୍ତ୍ରୀ 

କଟିଛି ୮ ଲକ୍ଷ ୧୬ ହଜାର ରାସନ କାର୍ଡ : ମନ୍ତ୍ରୀ 

ଭୁବନେଶ୍ୱର : ରାଜ୍ୟରେ କଟିଛି ୮ ଲକ୍ଷ ୧୬ ହଜାର ରାସନ ଉପଭୋକ୍ତାଙ୍କ ରାସନ କାର୍ଡ । ରାଜ୍ୟରେ ୯୬ ପ୍ରତିଶତ ଇ-କେୱାଇସି ସରିଛି  । ଏନେଇ ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । 

    ଗତ ୧୫ ମାସ ସରକାରରେ ଇ-କେୱାଇସି ଲାଗୁ କରିଥିଲେ ରାଜ୍ୟ ସରକାର । ସେ ମଧ୍ୟରୁ ୯୬ ପ୍ରତିଶତ ଲୋକ ଇ-କେୱାଇସି କରିଥିବା ବେଳେ ବାକି ୪ ପ୍ରତିଶତ ଲୋକ ଇ କେୱାଇସି କରି ନାହାନ୍ତି । ସେମାନଙ୍କ ମଧ୍ୟରେ ୬ ଲକ୍ଷ ୯୫ ହଜାର ୫୩୦ ଜଣଙ୍କର ମୃତ୍ୟୁ ହୋଇଛି, ୭୫ ହଜାର ୩୦ ସରକାରୀ ଚାକିରିଆ ଅଛନ୍ତି, ୪୫ ହଜାର ୪୯୬ ଜଣ ଆଇଟି ଦାତାଙ୍କ କାର୍ଡ କଟିଛି । ସମୁଦାୟ ୮ ଲକ୍ଷ ୧୬ ହଜାର ୫୬ ଜଣଙ୍କ ରାସନ କାର୍ଡ କଟିଥିବା ସୂଚନା ମିଳିଛି । ଏମଧ୍ୟରେ ଗରିବ ରାସନ ଉପଭୋକ୍ତାଙ୍କର ରାସନ କାର୍ଡ କଟିନି । ଯେଉଁମାନେ ପୋର୍ଟାଲରେ ଆବେଦନ କରିବେ ତାହା ଯାଞ୍ଚ ହେବ । ଅନ୍ୟପଟେ ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦ହଜାର ଏବଂ ସହରାଞ୍ଚଳରେ ୧ ଲକ୍ଷ ୫୦ ହଜାର ଜଣଙ୍କୁ କାର୍ଡ ଦିଆଯିବ ।