୩ଟି ଜିଲ୍ଲା କୋର୍ଟକୁ ବୋମା ଧମକ

ଭୁବନେଶ୍ୱର : ରାଜ୍ୟର ୩ଟି ଜିଲ୍ଲା କୋର୍ଟକୁ ଆସିଛି ବୋମା ଧମକ । ସମ୍ବଲପୁର, କଟକ ଏବଂ ଦେବଗଡ଼ରେ ଥିବା ଜିଲ୍ଲା କୋର୍ଟକୁ ଏହି ବୋମା ଧମକ ମିଳିଛି । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ସମସ୍ତ କୋର୍ଟକୁ ଆସିଥିବା ସୂଚନା ମିଳିଛି । ଏହି ଧମକ ମିଳିବା ପରେ କୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।  


 

  ସମ୍ବଲପୁର, ଦେବଗଡ ଓ କଟକ କୋର୍ଟ ପରିସରରେ ଆଣ୍ଟି ବମ୍‌ ସ୍କ୍ୱାଡ୍‌ ଦ୍ୱାରା ଯାଞ୍ଚ କରାଯାଇଛି । ଜିଲ୍ଲା ଜର୍ଜଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କୋର୍ଟ ବନ୍ଦ କରାଯାଇଥିଲା । ପରେ ସମସ୍ତ କର୍ମଚାରୀ, ଓକିଲ ଓ ମହକିଲଙ୍କୁ  କୋର୍ଟ ପରିସରରୁ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାସ୍ଥଳରେ ବମ୍‌ ସ୍କ୍ୱାଡ୍‌, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୁଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଏହା ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।