ଦନେଇ ଭାଇଙ୍କ ପରଲୋକ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍ର କୃଷ୍ଣଚନ୍ଦ୍ର ସ୍ୱାଇଁ ଜଣାଶୁଣା ପୁରୁଖା, ଜନତା ଦଳର କର୍ମୀ ଭାବେ ସେ ସମଗ୍ର ପରିଚିତ । ୮୫ ବର୍ଷ ବୟସରୋ ତାଙ୍କର ବାର୍ଦ୍ଧକ୍ୟ ଜନିତ ରୋଗରେ ମୃତୁ୍ୟ ହୋଇଛି । ସେ ତାଙ୍କ ଯୁବାବସ୍ଥାରେ ବିଜୁ ପଟ୍ଟନାୟକ, କାଳିନ୍ଦୀ ବେହେରା ଓ ଶରତ କରଙ୍କ ସହ ମିଶି କାର୍ଯ୍ୟ କରୁଥିଲେ । ସେ ସଦାସର୍ବଦା ଏହି ଅଂଚଳର ଉନ୍ନତି ପାଇଁ ଚେଷ୍ଟା କରୁଥିଲେ । ସେ ଜଣେ ଦରଦୀ ବନ୍ଧୁ ଭାବରେ ପରିଚିତ । ସେ ଦନେଇ ଭାଇ ଭାବରେ ସର୍ବତ ପରିଚିତ ବିଜେଡି ଦଳ ଗଠନ ସମୟରେ ସେ ଆଗଧାଡିରେ ରହିଥିଲେ । ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକ ଛାୟା ଖେଳିଯାଇଛି । ପୂର୍ବତନ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଗଭୀର ଶୋକବ୍ୟକ୍ତ କରିବା ସହ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ତାଙ୍କ ମୃତୁ୍ୟର ଖବର ପାଇ ବ୍ଲକ୍ ବିଜେଡି ନେତା ଜ୍ୟୋତି ପ୍ରକାଶ ସ୍ୱାଇଁ, କ୍ଷୀରୋଦ ଚନ୍ଦ୍ର ପଣ୍ଡା, ରମେଶ ଚନ୍ଦ୍ର ସ୍ୱାଇଁ, ଦେବେନ୍ଦ୍ର ନାଥ ସାହୁ, ବିପ୍ଲବ କାପ, ସରପଂଚ ହିଂମାଶୁ ନାରାୟଣ ମଲ୍ଲ, ବିନୋଦ ସାମଲ, ପ୍ରଦୋଷ ସାହୁ, ରାମଚନ୍ଦ୍ର ସାହୁ, ଜ୍ୟୋତିରଂଜନ ସ୍ୱାଇଁ, ଜୟଦେବ ସାହୁ, ବ୍ରହ୍ମାନନ୍ଦ ଜେନାଙ୍କ ସମେତ ତାଙ୍କର ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।