ସାମ୍ବାଦିକଙ୍କୁ ମାଡ଼ ଘଟଣା : ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି 

 କଟକ :  ବଲାଙ୍ଗିର ଜିଲ୍ଲା ପୁଇଁତଳାରେ ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ହାତ ଗୋଡ଼ ବାନ୍ଧି ମାଡ ମାରିବା ଘଟଣାରେ କଟକ ପୁଲିସ ମୁଖ୍ୟାଳୟରେ ପୁଲିସ ଡିଜିଙ୍କୁ ଭେଟିଛନ୍ତି ରାଜ୍ୟର ବିଭିନ୍ନ ସାମ୍ବାଦିକ ସଙ୍ଗଠନର କର୍ମକର୍ତ୍ତା ଓ ବରିଷ୍ଠ ସାମ୍ବାଦିକ ମାନେ । ବରିଷ୍ଠ ସାମ୍ବାଦିକ ଅଦେ୍ର୍ଧନ୍ଦୁ ଦାସ, ଅକ୍ଷୟ କୁମାର ସାହୁ, ଷ୍ଟେଟ୍ ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟ ସଭାପତି କୈଳାସ ନାୟକ, ଉକôଳ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍ ସଭାପତି ବିଭୁତି ଭୁଷଣ କରଙ୍କ ସହ ଅନ୍ୟ ସାମ୍ବାଦିକମାନେ ପୁଲିସ ଡିଜିଙ୍କୁ ଭେଟି ଏଭଳି ଘଟଣା ଘଟାଇଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସବୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଓ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି । ପୁଲିସ ଡିଜିଙ୍କୁ ବରିଷ୍ଠ ସାମ୍ବାଦିକମାନେ ଏହି ମର୍ମରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ପୁଲିସ ଡିଜି ମୁଖ୍ୟ ଅଭିଯୁକ୍ତ ଗଜେନ୍ଦ୍ର ଦଳାଇଙ୍କୁ ତୁରନ୍ତ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିବା ସାମ୍ବାଦିକମାନେ ସୂଚନା ଦେଇଛନ୍ତି ।
କପ୍ତିପଦା : ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ପୁଇଁତଳା କୁଳଥପାଲି ଗାଁରେ କାର୍ଯ୍ୟରତ ସାମ୍ବାଦିକ ବିଜୟ ପ୍ରଧାନ ଏକ ଦୁର୍ନୀତି ସଂକ୍ରାନ୍ତୀୟ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ କେତେକ ଅସାମାଜିକ ବ୍ୟକ୍ତି (ଠିକାଦାର) ମିଳିତ ଭାବେ କଙ୍ଗାରୁ କୋର୍ଟରେ ତାଙ୍କୁ ଆକ୍ରମଣ କରିବା ସହିତ ଗୋଡ଼ହାତ ବାନ୍ଧି ମୁହଁକୁ ଗୋଇଁଠା ମାରିଥିଲେ । ଏହି ଘଟଣାରେ ପୁଲିସ୍ ୩ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନାହିଁ ।  କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍ ଅବିଳମ୍ବେ ପ୍ରଣୟନ କରିବା ପାଇଁ କପ୍ତିପଦା ସାମ୍ବାଦିକ ସଂଘର ସଭାପତି ଶୁଭେନ୍ଦୁ ଶୁଭେନ୍ଦୁ ମୁଖୀ, ସଂପାଦକ ସୁଶାନ୍ତ କୁମାର ମହାନ୍ତି, ମୁଖ୍ୟ ଉପଦେଷ୍ଟା ସୁଶାନ୍ତ ମିଶ୍ର, ଉପସଭାପତି ତପନ କୁମାର ସେଠୀ, ସହ ସଂପାଦକ ଅଭିଜିତ ବିଶ୍ୱାଳ, କୋଷାଧ୍ୟକ୍ଷ ବିଷ୍ଣୁଚରଣ ପୁଥାଳ, ସଦସ୍ୟ ଜ୍ଞାନ ରଂଜନ ବିଶ୍ୱାଳ, ଆଲୋକ ବେହେରା, ଦେବୀଦତ୍ତ ଦାସ ଓ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଉଦଳା ଠାରେ ହେଉଥିବା ଜନଶୁଣାଣି ପାଇଁ ଆସିଥିବା ଜିଲ୍ଲାପାଳ ହେମକାନ୍ତ ସାଏଙ୍କ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।