ଦୁର୍ଘଟଣାରେ ଅତିରିକ୍ତ ଆଇଆଇସିଙ୍କ ଚାଲିଗଲା ଜୀବନ
ଭଦ୍ରକ : ସଡ଼କ ଦୁର୍ଘଟଣାରେ ପୁରୁଣା ବଜାର ଥାନା ଅତିରିକ୍ତ ଆଇଆଇସିଙ୍କ ପ୍ରାଣହାନି ଘଟିଛି। ମୃତକ ଜଣକ ହେଲେ ଅତିରିକ୍ତ ଆଇଆଇସି ବବୃବାହନ ନାୟକ। ସେ କଟକରେ ସ୍ବାସ୍ଥ୍ୟ ପରୀକ୍ଷା କରି ପୁଅ ସହ ବାଇକ୍ରେ ଫେରିବା ସମୟରେ କୁଆଖିଆ ନିକଟରେ ସଡ଼କ ଦୁର୍ଘଟଣା ଘଟିଥିଲା। ଫଳରେ ଅତିରିକ୍ତ ଆଇଆଇସିଙ୍କ ଜୀବନ ଚାଲିଥିବାବେଳେ ପୁଅ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।