ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ
ଭୁବନେଶ୍ବର :ଭୁବନେଶ୍ବରସ୍ଥିତ ୟୁନିଟ-୪ ରାମପୁର ବସ୍ତିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ରାତିରେ ଖାଇ ଶୋଇଥିବା ବେଳେ ସକାଳେ ମୃତଦେହ ମିଳିବା ଘଟଣାକୁ ନେଇ ଚର୍ଚ୍ଚା ବଢ଼ୁଛି। ତେବେ ମହିଳାଙ୍କ ସ୍ବାମୀ ପୋଲିସକୁ ଜଣାଇଥିଲେ ଯେ, ତାଙ୍କ ସ୍ତ୍ରୀ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ଖବରପାଇ ପୋଲିସ ପହଞ୍ଚିବା ପରେ ମୃତଦେହ ତଳେ ପଡ଼ିଥିବାରୁ ସନ୍ଦେହ ବଢ଼ୁଛି । ୨ ଦିନ ତଳେ କୌଣସି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥି ଜଣାପଡ଼ିଛି।