ଫେସ୍ବୁକ ପୋଷ୍ଟିଂକୁ ନେଇ ଜଣେ ଗିରଫ: କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ତିନିମୁହାଣୀରେ ହେବ ରାସ୍ତାରୋକ
କେନ୍ଦ୍ରାପଡା : କେନ୍ଦ୍ରାପଡା ସହରରେ ଦଶହରା ଓ ଗଣପର୍ବ ଗଜଲକ୍ଷ୍ମୀ ପୂଜା ଅବ୍ୟବହିତ ପୂର୍ବରୁ ସାଧାରଣ ପେଂସ୍ବୁକ ପୋଷ୍ଟିଂକୁ ନେଇ ବିବାଦ ଦେଖା ଦେଇଛି । ଏନେଇ ଜଣେ ଗିରଫ ହୋଇଥିବା ବେଳେ ଅପରପକ୍ଷର ଅଭିଯୋଗ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ ତିନିମୁହାଣୀ ଠାରେ ରାସ୍ତାରୋକ କରାଯାଇ କେନ୍ଦ୍ରାପଡାକୁ ଅଚଳ କରି ଦିଆଯିବ ବୋଲି ଅଭିଯୋଗକାରୀ ମାନେ ଚେତାବନୀ ଦେଇଛନ୍ତି । ଘଟଣା ମୁତାବକ ତିନିମୁହାଣୀ ରେ ରହୁଥିବା ରାହୁଲ ଥାପ୍ପା ନାମକ ଜଣେ ଯୁବକ ପେଂସ୍ବୁକ ରେ ଏକ ପୋଷ୍ଟିଂ ଆଡ କରିଥିଲେ । ନିଜେ ଚେୟାରରେ ବସିଥିବା ବେଳେ ଫଟୋର ମଧ୍ୟଭାଗରେ ଉର୍ଦ୍ଦୁ ଭାଷାର ଏକ ଗୀତ ସ୍କ୍ରଲରେ ଚାଲିଥିଲା । ଏହାକୁ ନେଇ ବଡହାଟ ଅଞ୍ଚଳର ଗୁଡନ ଖାନ ନାମକ ଜଣେ ବ୍ୟକ୍ତି ଏହା ଧାର୍ମୀକ ଭାବନାକୁ ଆଘାତ ଦେଉଛି ବୋଲି ଟାଉନ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୁଲିସ ରେ ଏକ ମାମଲା ରୁଜୁ କରି ରାହୁଲକୁ ଆଜି କୋର୍ଟ ଚାଲାଣ କରିଛନ୍ତି । ଏହି ଘଟଣା ପରେ ଫେସବୁକରେ ରାହୁଲ ବିରୋଧ ରେ ଅନେକ ପୋଷ୍ଟିଂ ଦେଖିବାକୁ ମିଳିଥିଲା । “ସର ତନ ସେ ଜୁଦା” ସୁଅର କା ଔଲାଦ, କୁତେ କା ଔଲାଦ ପ୍ରଭୃତି ଲେଖା ଥିବା ପୋଷ୍ଟିଂ ଗୁଡିକ ରାହୁଲ ଫଟୋ ସହିତ ପୋଷ୍ଟି ହେବାରୁ ଉତେଜନା ବୃଦ୍ଧିପାଇ ତିନିମୁହାଣୀ ଅଞ୍ଚଳରେ ବହୁ ସଂଖ୍ୟକ ବ୍ୟକ୍ତି ଏକାଠି ହୋଇ ଏଭଳୀ ଘଟଣାର ପ୍ରତିବାଦ କରିଥିଲେ । ରସ୍ତାରୋକ କରି କାର୍ଯ୍ୟାନୁଷ୍ଠାନ ଦାବି କରିବା ଘଟଣା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ପହଁଞ୍ଚିଥିଲେ । ଖବରପାଇ ଟାଉନ ଥାନା ଅଧିକାରୀ ଦିଲିପ କୁମାର ସାହୁ ଘଟଣା ସ୍ଥଳରେ ପହଁଞ୍ଚି ଉତ୍ତେଜିତ ଲୋକ ମାନଙ୍କୁ ଶାନ୍ତ କରିବା ସହ ଅପରପକ୍ଷଙ୍କ ପକ୍ଷରୁ ମମତା ଥାପ୍ପା ଓ ବଳରାମ ମହାରଣା ଦେଇଥିବା ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।