କାଠଯୋଡ଼ି ନଦୀରେ ବୁଡ଼ି ଗଲେ ବୃଦ୍ଧା: ମିଳୁନାହିଁ ପତ୍ତା

କାଠଯୋଡ଼ି ନଦୀରେ ବୁଡ଼ି ଗଲେ ବୃଦ୍ଧା: ମିଳୁନାହିଁ ପତ୍ତା

କାଠଯୋଡ଼ି ନଦୀରେ ଗାଧୋଇଲା ବେଳେ ବୁଡ଼ିଗଲେ ବୃଦ୍ଧା। ତାଙ୍କର କୌଣସି ପତ୍ତା ମିଳୁନାହିଁ। କଟକ ଜିଲ୍ଲା ଖାନ୍‌ନଗର ଜଗନ୍ନାଥ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ନିଖୋଜ ବୃଦ୍ଧା ଜଣଙ୍କ ଝାଞ୍ଜିରିମଙ୍ଗଳା ଲୁଣିଆସାହିର ବୋଲି ଜଣାଯାଇଛି।

ଆଜି ସକାଳେ ବୃଦ୍ଧା ଜଣଙ୍କ  ଖାନ୍‌ନଗର ଜଗନ୍ନାଥ ମନ୍ଦିର ନିକଟ ଦେଇ  ବୋହିଯାଇଥିବା  କାଠଯୋଡ଼ି ନଦୀକୁ ଗାଧୋଉଥିଲେ। ଅସାବଧାନତା କାରଣରୁ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ସେ ନଦୀରେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ବୃଦ୍ଧାଙ୍କୁ ଖୋଜାଖୋଜି କରୁଛନ୍ତି, ହେଲେ ବୃଦ୍ଧାଙ୍କର ପତ୍ତା ମିଳିନାହିଁ।