ଆଉ ତିନି ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା

ନିଶ୍ଚିନ୍ତକୋଇଲି: ଆଉ ତିନି ଦିନ ପରେ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ଶୂନ୍ୟ ସମାଧି ଦିବସ ଉପଲକ୍ଷେ ବାଲିମେଳା ମହୋତ୍ସବ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ବ୍ୟବସାୟୀ ନିଜର ପସରା ମେଲାଇବା ପାଇଁ ନିଜ ନିଜ ସ୍ଥାନ କେଉଁଠି ପାଇବେ ସେଥିପାଇଁ ଆରଆଇ ଓ ମହାପୁରୁଷ ଅଚୁ୍ୟତାନନ୍ଦଙ୍କ ପରିଚାଳନା କମିଟି ସହିତ ଯୋଗାଯୋଗ କରି ଭିଡ ଜମାଉଥିବା ବେଳେ, ସାଧୁସନ୍ଥମାନେ ମଧ୍ୟ ପୀଠକୁ ଆସି ସ୍ଥାନେ ସ୍ଥାନେ ବସି ଭଜନ କୀର୍ତ୍ତନରେ ମଜ୍ଜିଯାଇଥିବା ଦେଖିବାକୁ ମିଳିଛି । ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକ କିପରିସୂଚାରୁ ରୂପେ ଦର୍ଶନ କରିବେ ସେଥିପ୍ରତି ବ୍ୟାରିକେଟ୍ର ବ୍ୟବସ୍ଥା କରାଯାଉଥିଲା ବେଳେ, ଅପରାଧ ନିୟନ୍ତ୍ରଣ ପାଇଁ ପ୍ରାୟ ୩୦ରୁ ଊଦ୍ଧ୍ୱର୍ ସାଧାପୋଷାକଧାରୀ ପୁଲିସ, ସିସିଟିଭି ଓ ଡ୍ରୋନ କ୍ୟାମେରା ବୁଲିବାର ବ୍ୟବସ୍ଥା କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ ବାଲି ମେଳାରେ ହେବାକୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମ କିପରି କରାଯିବ ସେଥିପ୍ରତି ସତର୍କତା ମୂଳକ କାର୍ଯ୍ୟ କରାଯାଇଛି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି । ରାଜନୈତିକସ୍ତରରେ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି । ଦେବସ୍ନାନ ପୂର୍ଣ୍ଣିମାରେ ପୀଠରେ ବିଧାୟକ ପ୍ରକାଶ ସେଠୀ ଓ ଜିଲ୍ଲାପାଳ କଟକ ଓ ଏସ୍ପି କଟକ ପହଂଚି ସମିକ୍ଷା କରିଛନ୍ତି ।
ପାଞ୍ଚ ଦିନଧରି ହେବାକୁ ଥିବା ଚିତ୍ରୋତ୍ପଳା ବାଲି ମହୋତ୍ସବରେ ଯୁଆ ଖେଳାଳୀଙ୍କ ପାର୍ଦୁଭାବ ବୃଦ୍ଧି ପାଇଥାଏ । ଏମାନଙ୍କ ଉପରେ ତୀକ୍ଷ୍ଣ ନଜର ଦେଲେ ସାଧୁସନ୍ଥମାନଙ୍କ ମହୋତ୍ସବରେ ଏହି ଖେଳ ହୋଇ ପାରନ୍ତା ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।