ମୋ ହୃଦୟରେ ଓଡ଼ିଶା : ଅନୀଲ
ଭୁବନେଶ୍ୱର : ଓଡ଼ିଶାରେ ବିଶ୍ୱବିଦ୍ୟାଳୟ ପାଇଁ ଆଶା ରଖିଛି ବେଦାନ୍ତ । ଏନେଇ ଆଜି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ସୂଚନା ଦେଇଛନ୍ତି । ସେ କହିଛନ୍ତିଯେ, ବିଶ୍ୱବିଦ୍ୟାଳୟ ପାଇଁ ସବୁ ରାଜ୍ୟ ମୋ ପଛରେ ପଡିଛନ୍ତି, କିନ୍ତୁ ମୋ ହୃଦୟରେ ଓଡିଶା ଅଛି । ଆନ୍ଧ୍ର, ବିହାର ସବୁବେଳେ ଲାଗିଛନ୍ତି । ଆମ ଦେଶର ୭ ଲକ୍ଷ ଛାତ୍ରୀଛାତ୍ରୀ ବିଦେଶରେ ପଢୁଛନ୍ତି । ଜମି ଆମର ଅଛି, ଏଥିପାଇଁ ଓଡ଼ିଶା ଲୋକଙ୍କ ସମର୍ଥନ ଦରକାର । ବିଶ୍ୱବିଦ୍ୟାଳୟ ପାଇଁ ୨ ଲକ୍ଷ କୋଟି ନିବେଶ କରିବୁ । ଓଡ଼ିଶା ଲୋକ ସାଥିରେ ରହିଲେ ସାଙ୍ଗରେ ଆଗକୁ ଯିବା ବୋଲି ସେ କହିଛନ୍ତି । ଏନେଇ ଅନୀଲ କହିଛନ୍ତିଯେ, ମୁଖ୍ୟମନ୍ତ୍ରୀ ବହୁତ ଭଲ ଲୋକ । ଓଡ଼ିଶାରେ ହିଁ ବିଶ୍ୱବିଦ୍ୟାଳୟ ହେବ, ଆପଣଙ୍କୁ ଆଉ କେଉଁଠି ଯିବାର ଆବଶ୍ୟକତା ନାହିଁ । ପୁରୀରେ ହେବ କି କେଉଁଠି ହେବ ଆମେ ଓଡ଼ିଶା ଲୋକଙ୍କ ଜନମତ ସହ କରିବୁ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗଣମାଧ୍ୟମରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ।