ଆଜି ସଞ୍ଜୟର ହେବ ଲାଇ ଡିଟେକସନ୍ ଟେଷ୍ଟ

ନୂଆଦିଲ୍ଲୀ: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। ଅଭିଯୁକ୍ତ ସଞ୍ଜୟ ପାଖରୁ ସତ ଉଗାରୁଛି ସିବିଆଇ। ଏହାରି ଭିତରେ ଆଜି ସଞ୍ଜୟର ପଲିଗ୍ରାଫ୍ ଅର୍ଥାତ ଲାଇ ଡିଟେକସନ୍ ଟେଷ୍ଟ ହେବ। ଯେଉଁଥି ପାଇଁ ପ୍ରେସିଡେନ୍ସି ଜେଲରେ ସବୁ ପ୍ରକାର ବ୍ୟବସ୍ଥା ସରିଛି। ୧୬ ଜଣିଆ ଟିମ୍ ପ୍ରସ୍ତୁତ ହୋଇଛି। ଏହି ପଲିଗ୍ରାଫ୍ ଟେଷ୍ଟ ପରେ ଦିନେ କିମ୍ୱା ଦୁଇ ଦିନରେ ମେଡିକାଲର ପୂର୍ବତନ ଅଧକ୍ଷ ସନ୍ଦୀପ ଘୋଷଙ୍କ ସମେତ ୪ ସନ୍ଦିଗ୍ଧଙ୍କ ବି ପଲିଗ୍ରାଫ୍ ଟେଷ୍ଟ ହେବ। ଏହି ୪ଜଣ ଘଟଣା ଦିନ ରାତିରେ ଡିନର୍ କରିବା ସହ ସେଇ ତୃତୀୟ ମହଲାରେ ଉପସ୍ଥିତ ଥିଲେ।ସେପଟେ କଲେଜରେ ଅର୍ଥନୈତିକ ହେରଫେର ଅଭିଯୋଗ ନେଇ ସନ୍ଦୀପ ଘୋଷଙ୍କ ନାଁରେ ଏତଲା ହୋଇଛି। ଆରଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ନାଁରେ ସିବିଆଇ ଏତଲା ଦାୟର କରିଛି। ସିବିଆଇର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଏତଲା ହୋଇଥିବା ବେଳେ ଏତଲା କପି ସିଜେଏମ୍ କୋର୍ଟରେ ଦାଖଲ ହୋଇଛି।