ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ସରକାର କଲେ ତାଗିଦ

ଛୁଟିରେ ଥିବା ଡାକ୍ତରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ : ସରକାର କଲେ ତାଗିଦ

ଦୀର୍ଘଦିନ ଧରି ଛୁଟିରେ ଥିବା ୧୯୬ ଡାକ୍ତରଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର । ବିଭିନ୍ନ କ୍ୟାଡରର ୧୯୬ ଡାକ୍ତର ବିଭିନ୍ନ କାରଣ ଦର୍ଶାଇ ଛୁଟିରେ ଅଛନ୍ତି  । ସେମାନଙ୍କ ଛୁଟିର କାରଣ ଯଥାର୍ଥ ନଥିଲେ ସେମାନଙ୍କ ବିରୋଧେରେ କାର୍ଯ୍ୟାନୁଷ୍ଠାନ ହେବ । ସେମାନଙ୍କ ବିରୋଧରେ ସରକାରୀ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ କରିବେ ସରକାର । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ଡାକ୍ତର ମରୁଡି ଖାଲି ପଡିଛି ୧୧୧୪ ସ୍ପେଶାଲିଷ୍ଟ ଡାକ୍ତରଙ୍କ ସହ ୫ ହଜାର ୧୪ ଡାକ୍ତର ପଦବୀ ।  ୩୦ଟି ଜିଲ୍ଲାର ୩୭୫ଟି ସିଏଚସିରେ ଖାଲି ପଡିଛି ଏହି ଡାକ୍ତରଙ୍କ ପଦବୀ । ସର୍ବାଧିକ ଗଞ୍ଜାମରେ ୪୫୦, ମୟୁରଭଞ୍ଜରେ ୩୦୯, ଖୋର୍ଦ୍ଧାରେ ୧୨, କଟକରେ ଏସସିବିରେ ୨୮୧ ଡାକ୍ତର ପଦବୀ ଖାଲି ପଡିଛି । ସେହିପରି ସ୍ପେଶାଲ ଡାକ୍ତର ସର୍ବାଧିକ ମୟୂରଭଞ୍ଜରେ ୮୭, ଗଞ୍ଜାମରେ ୮୭, ଖୋର୍ଦ୍ଧାରେ ୨୯, କଟକରେ ୪୩ ପଦବୀ ଖାଲି ପଡିଛି । ଏଭଳି ସ୍ଥିତିରେ ଡାକ୍ତର ନିଯୁକ୍ତି ହେଉନଥିବାବେଳେ ଏକାଧିକ ଡାକ୍ତର ଛୁଟିରେ ରହିବା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ବଡ କ୍ଷତି  । ତେଣୁ ଏନେଇ କ’ଣ ପଦକ୍ଷେପ ନିଆଯାଉଛି ବୋଲି  ବିଜେଡି ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।