ଏମକେସିଜିର ୪ ଡାକ୍ତର ବହିଷ୍କୃତ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ପିଜି ହଷ୍ଟେଲରେ ଡାକ୍ତରୀ ଛାତ୍ରଙ୍କୁ ମାଡ଼ ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ଘଟଣାରେ ମୋଟ ୪ ଜଣ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ଓ ୩ଜଣ ବରିଷ୍ଠ ରେସିଡେଣ୍ଟ ଡାକ୍ତର ରହିଛନ୍ତି । ଅନ୍ୟ ଜଣେ ପିଜି ରେସିଡେଣ୍ଟଙ୍କୁ ୬ ମାସ ଯାଏଁ କଲେଜ କ୍ୟାମ୍ପସ ମନା କରାଯାଇଛି । ଡିଏମଇଟିଙ୍କ ନିଦେ୍ର୍ଧଶ ଅନୁସାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦେଇ ଡିନ ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି ।