୪ ଲେନ୍ ହେବ ‘ହୀରକ ତି୍ରଭୁଜ’ ବୋ÷ଦ୍ଧପୀଠ ରାସ୍ତା
ବାଲିଚନ୍ଦ୍ରପୁର : ବିଶ୍ୱବିଖ୍ୟାତ ‘ହୀରକ ତ୍ରିଭୁଜ’ ବୋ÷ଦ୍ଧସର୍କିଟ ଲଳିତଗିରି-ଉଦୟଗିରି-ରନôଗିରିକୁ ସଂଯୋଗ କରୁଥିବା ରାସ୍ତା ଚାରିଲେନ୍ ହେବାକୁ ଯାଉଛି । ଓଳାଶୁଣୀ ଛକ ଜାତୀୟ ରାଜପଥ ଠାରୁ ଆରମ୍ଭ ହୋଇ ପଲାଇ, ପାଗଳଡିହ (ଗୋବଣ୍ଡିଆ), କଳାଶ୍ରୀ, ଗଜେନ୍ଦ୍ରପୁର, ତାଳୁଆ ଦେଇ ରନôଗିରି ଯାଇଥିବା ଏହି ରାସ୍ତାର ଦୋହରିକରଣ ପାଇଁ ୨୩୧ କୋଟି ୮୬ଲକ୍ଷ ୩୯ ହଜାର ଟଙ୍କାର ପ୍ରାରମ୍ଭିକ ଖର୍ଚ୍ଚ ଅଟକଳ ପ୍ରସ୍ତୁତ ହୋଇଛି ।୧୫ କିଲୋମିଟର ୯୨୦ମିଟର ବିଶିଷ୍ଟ ଏହି ରାସ୍ତାର ପ୍ରଶସ୍ତିକରଣ ଓ ଏହାର ପାରିପାଶ୍ୱିର୍କ ଉନ୍ନତି ପାଇଁ ହୋଇଥିବା ପ୍ରକଳ୍ପ ପରିଯୋଜନା ବିଶ୍ୱପ୍ରସିଦ୍ଧ ଏହି ତିନୋଟି ବୋ÷ଦ୍ଧ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଏକ ନୂଆ ଅଧ୍ୟାୟ ଯୋଡ଼ିବ ବୋଲି କୁହାଯାଉଛି । ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ସହିତ ପୂର୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ସମେତ ପୂର୍ତ୍ତ ପର୍ଯ୍ୟଟନ ବିଭାଗର ବରିଷ୍ଠ ପଦାଧିକାରୀଙ୍କୁ ନେଇ ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ରାଜ୍ୟର ବୋ÷ଦ୍ଧ ଐତିହ୍ୟପୀଠକୁ ଯୋଡୁଥିବା ଏହି ପ୍ରମୁଖ ରାଜମାର୍ଗ ସଂପ୍ରସାରଣ ଦ୍ୱାରା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ସ୍ଥାନୀୟ ଅଂଚଳର ଅର୍ଥନୈତିକ ଅଭିବୃଦ୍ଧି ସହିତ ଭବିଷ୍ୟତ ପିଢ଼ି ପାଇଁ ଏହା ଆର୍ଥିକ ସ୍ୱାବଲମ୍ବନର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରସ୍ତାବିତ ପ୍ରକଳ୍ପ ରିପୋର୍ଟ ଦର୍ଶାଯାଇଛି । ସଂପ୍ରସାରିତ ରାଜମାର୍ଗରେ ଗଜେନ୍ଦ୍ରପୁର ଗାଁ ନିକଟ ବିରୂପା ନଦୀ ଉପରେ ୨୯୫ ମିଟର ଓ ତାଳୁଆ-ବାଲିକୁଦା ଠାରେ ବଡ଼ଗେଙ୍ଗୁଟି ନଦୀ ଉପରେ ୩୦୦ ମିଟର ଲମ୍ବର ଦୁଇଟି ନୂତନ ବଡ଼ ସେତୁ ନିର୍ମାଣ କରାଯିବ । ବର୍ତମାନର ଏହି ଦୁଇ ଲେନ୍ ବିଶିଷ୍ଟ ରାସ୍ତା ୭ ମିଟର ଥିଲାବେଳେ ୪ ଲେନ୍ ବିଶିଷ୍ଟ ରାସ୍ତା ୧୪ ମିଟର ଏବଂ ମଧ୍ୟଭାଗରେ ଦେଢ଼ମିଟର ଚଉଡ଼ାର ମିଡ଼ିଆନ ରହିବ ।ରାସ୍ତାର ଉଭୟ ପାଶ୍ୱର୍ରେ ଅଢ଼େଇମିଟର ଚଉଡ଼ାର ସୋଲ୍ଡର ରାସ୍ତା ରହିବ । ପୂର୍ତ୍ତ ବିଭାଗର ଚାରବାଟିଆ ଡିଭିଜନ ପକ୍ଷରୁ ପ୍ରସ୍ତାବିତ ଏହି ଦୋହରୀକରଣ ରାଜମାର୍ଗର ରାସ୍ତା ନିର୍ମାଣ ଓ ଚାରୋଟି ଜଙ୍କସନର ଉନ୍ନତି ପାଇଁ ୯୦.୮୧ କୋଟି, ଭୂମିଅଧିଗ୍ରହଣ ପାଇଁ ୬ କୋଟି, ରାସ୍ତାପାଶ୍ୱର୍ ଗଛକଟା ଓ ବୃକ୍ଷରୋପଣ ପାଇଁ ୪କୋଟି ଏବଂ ଷ୍ଟି୍ରଟ୍ ଲାଇଟ୍ ପାଇଁ ଅଢ଼େଇ କୋଟି ଟଙ୍କାର ପ୍ରାରମ୍ଭିକ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରାଯାଇଛି । ଗଜେନ୍ଦ୍ରପୁର ସେତୁ ପାଇଁ ୩୦.୯୭ କୋଟି ଓ ତାଳୁଆ ସେତୁ ପାଇଁ ୩୧.୫୦ କୋଟି ଟଙ୍କାର ଅଟକଳ ପ୍ରସ୍ତୁତ ହୋଇଛି । ଏହି ସଂପ୍ରସାରିତ ରାଜମାର୍ଗ ନିର୍ମାଣ ହେଲେ ତିନୋଟି ବିଶ୍ୱପ୍ରସିଦ୍ଧ ବୋ÷ଦ୍ଧ ପର୍ଯ୍ୟଟନସ୍ଥଳୀକୁ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ଓ ସ୍ଥାନୀୟ ଅଂଚଳବାସୀ ବିଶେଷ ଉପକୃତ ହେବେ ।