ପାଟ୍ନାରୁ ପୁରୀ ଚାଲିବ ସ୍ବତନ୍ତ୍ର ଟ୍ରେନ
ଭୁବନେଶ୍ୱର: ପାଟ୍ନାରୁ ପୁରୀ ଚାଲିବ ସାପ୍ତାହିକ ପୂଜା ସ୍ବତନ୍ତ୍ର ଟ୍ରେନ। ପାର୍ବଣରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପାଟ୍ନାରୁ ଅଗଷ୍ଟ୨୮ରୁ ଡିସେମ୍ବର ୨୫ ପର୍ଯ୍ୟନ୍ତ ପ୍ରତି ଗୁରୁବାର ଏହି ଟ୍ରେନ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି। ସାପ୍ତାହିକ ସ୍ବତନ୍ତ୍ର ପୂଜା ଟ୍ରେନ ୨୧ଟି ଷ୍ଟେସନରେ ରହଣି କରିବ।