ଡ୍ରନେଜ୍ କାର୍ଯ୍ୟ ନିମ୍ନମାନର : ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ "ପିସି' ପ୍ରେମ
ଚାନ୍ଦବାଲି : ଅଣ ଓଡ଼ିଆ ଠିକାଦାରଙ୍କ ମନାମାନୀରେ ଚାଲୁଛି ଗଦି ପଞ୍ଚୁଟିକ୍ରି ରାସ୍ତାର ଡ୍ରେନେଜ କାମ । ଡ୍ରେନେଜର ସ୍ଥାଇତୋ କୁ ନେଇ ଅଞ୍ଚଳ ବାସୀଙ୍କ ଅଭିଯୋଗ । ସରକାର ବଦଳିବାକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବଦଳି ପାରିଲା ନାହିଁ ଅଣ ଓଡ଼ିଆ ଠିକାଦାର ମନମୁଖୀ କାର୍ଯ୍ୟ ସାଙ୍ଗକୁ ଦାୟିତ୍ୱରେ ଥିବା ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟ । ବିଗତ ଦିନରେ ପୂର୍ବତନ ସରକାରଙ୍କ ଅଣ ଓଡ଼ିଆ ଅଫିସର ପାଇଁ ରାଜ୍ୟ ସରକାର ଗାଦିଚୁତ ହୋଇ ଥିବା ବେଳେ ଏବେବି ଅଣ ଓଡ଼ିଆ ଠିକାଦାର ମାନଙ୍କ ରାଜୁତି ଥମିବାରେ ନାଁ ଧରୁନି । ଓଡ଼ିଶାରେ ଆସି ଓଡ଼ିଆ ମାନଙ୍କୁ ନାଲିଆଖି ଦେଖେଇଛି ଠିକାଦାର ଓ କର୍ମଚାରୀ । ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗଦି ପଞ୍ଚୁଟୀକ୍ରି ରାସ୍ତା ଡ୍ରେନେଜ କାର୍ଯ୍ୟରେ । ରାଜ୍ୟ ସରକାରଙ୍କ ଗୃହ ବିଭାଗ ଓ ରାସ୍ତା ମରାମତି ଅଧିନରେ ରାସ୍ତାକାର୍ଯ୍ୟ ବିନା ଫଳକରେ ଚାଲିଥିବାର ଆଗରୁ ଅଭିଯୋଗ ହୋଇ ଆସୁଥିବା ବେଳେ ଗଣ ମାଧ୍ୟ୍ୟମ ଖବର ପ୍ରସାରଣ କଲେ ଅଣ ଓଡ଼ିଆ ଠିକାଦାରଙ୍କ ଦାଦାଗିରି ଦେଖିବାକୁ ମିଳିଛି । ରାସ୍ତାରେ ନିର୍ମାଣରେ ହେଉଥିବା ଡ୍ରେନେଜ କାର୍ଯ୍ୟ ସମ୍ପୂର୍ଣ ନିମ୍ନ ମାନର ହେଉ ଥିବା ଅଂଚଳ ବାସି ଅଭିଯୋଗ କରିଛନ୍ତି । ଏଥିସହ ପୂର୍ବତନ ସରକାରଙ୍କ କୁଜିନେତାଙ୍କୁ ହାତ ବାରିସୀ କରି ଏଭଳି ନିମ୍ନ ମାନର କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଡ୍ରେନେଜ କାର୍ଯ୍ୟ ପାଇଁ ସରକାର ଦେଉଥିବା ସର୍ତବଳିକୁ ମାନୁନାହାନ୍ତି ଉକ୍ତ ଠିକାଦାର ଏ ନେଇ ଅଞ୍ଚଳ ବାସି ଅଭିଯୋଗ କରିଆସୁଥିଲେ ମଧ୍ୟ୍ୟ ଘଟଣା କୁ ଗମ୍ଭୀରର ତାର ନେଉନାହିଁ ଦାୟିତରେ ଥିବା ଭିଭାଗୀୟ ଯନ୍ତ୍ରୀ । ଏନେଇ ଅଞ୍ଚଳବାସି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରି ଥିବାବେଳେ ନୂତନ ସରକାର ଉକ୍ତ ଅଣ ଓଡ଼ିଆ ଠିକାଦାର ଉପରେ କାର୍ଯ୍ୟନୁଷ୍ଠାନ ନେବାରେ ବିଫଳ ହୋଇଛନ୍ତି । ଡ୍ରେନେଜ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବୟ ବରାଦ କରୁଛନ୍ତି କିନ୍ତୁ ଠିକାଦାରଙ୍କ ନିମ୍ନ ମାନର କାର୍ଯ୍ୟ ପାଇଁ ଅଳ୍ପ ଦିନରେ କୋମକୁ ଚାଲି ଯାଉଛି ଡ୍ରେନେଜ କାର୍ଯ୍ୟ । ଯାହାଫଳରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ସୂଚନା ମୁତାବକ ଆଜକୁ ଦୀର୍ଘ ବର୍ଷ ହେବ ଗଦି ପଞ୍ଚୁଟିକ୍ରି ରାସ୍ତା ଜନ ସାଧାରଣଙ୍କ ପାଇଁ ମରଣ ଯନ୍ତା ପାଲଟି ଥିଲା ହେଲେ ଅଞ୍ଚଳ ବାସୀଙ୍କ ଅଭିଯୋଗ କ୍ରମେ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ହାତକୁ ରାସ୍ତାର ନୂତନ କାର୍ଯ୍ୟ ଭାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ରାଜ୍ୟ ସରକାର କରୁଥିବା ବେଳେ । ଅଣ ଓଡ଼ିଆ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀ ମାନଙ୍କ ପାଇଁ ଡ୍ରେନେଜ କାର୍ଯ୍ୟ ନିମ୍ନ ମାନର ଦେଖିବାକୁ ମିଳୁଛି । ତୁରନ୍ତ ଏହାର ତଦନ୍ତ କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି ।