ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ

ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ମାରିଦେଲା ସ୍ୱାମୀ। କେନ୍ଦୁଝରର ବଡ଼ବିଲ ଥାନା ଅଞ୍ଚଳ ଏକ ଖଣି କମ୍ପାନୀ କଲୋନୀରେ ଦେଖିବାକୁ ମିଳିଛି ଏହି ହତ୍ୟାକାଣ୍ଡ। ପାରିବାରିକ କଳହକୁ ନେଇ ସ୍ୱାମୀ, ସ୍ତ୍ରୀକୁ ହତ୍ୟା କରିଥିବା କୁହାଯାଉଥିବାବେଳେ ଅଭିଯୁକ୍ତ ସ୍ୱାମୀକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ। ମୃତ ମହିଳାଙ୍କ ନାଁ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ, କୌଣସି କାରଣରୁ ପରିବାର ମଧ୍ୟରେ କଳହ ଲାଗିରହିଥିଲା। ଶେଷରେ ସ୍ୱାମୀ ରାଗିଯାଇ ସ୍ତ୍ରୀକୁ ପିଟିପିଟି ମାରିଦେଲା। ଏବେ ପୋଲିସ ଏହି ମାମଲାର ତଦନ୍ତ କରୁଛି।