ଆଜି ଅବସର ନେଉଛନ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ

ଆଜି ଅବସର ନେଉଛନ୍ତି ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ : ଆଜି ଅବସର ନେଉଛନ୍ତି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ। ତାଙ୍କ ଶେଷ ଦିନରେ ସେ କିଛି ବିଶେଷ ବାର୍ତ୍ତା ଦେଇଛନ୍ତି। ନିଜ କାର୍ଯ୍ୟକାଳର ଅନ୍ତିମ ଦିନରେ ଔପଚାରିକ ପୀଠରୁ ସାରା ବିଶ୍ୱ ଦେଶ ପାଇଁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଆଜି ଶେଷ ଦିନରେ ଅନୁଭବ କରୁଛି ଯେ ମୁଁ ଆଉ ମୁଖ୍ୟ ବିଚାରପତି ନାହିଁ। କାଲିଠାରୁ ମୁଁ ଆଉ ନ୍ୟାୟ ଦେଇପାରିବି ନାହିଁ। କିନ୍ତୁ ଏତିକିରେ ସନ୍ତୁଷ୍ଟ ଅଛି।

ସେ ଆହୁରି କହିଛନ୍ତି, ଯେତେବେଳେ ମୋ ରେଜିଷ୍ଟାର ନ୍ୟାୟିକ ମୋତେ ପଚାରିଲେ କି, ବିଦାୟ କାଳୀନ ସମାରୋହ କେତେବେଳେ ଅନୁଷ୍ଠିତ ହେବ? ଏହାର ଉତ୍ତରରେ ମୁଁ କହିଥିଲି,ଦ୍ୱିପ୍ରହର ୨ଟାବେଳେ। କାରଣ ମୋତେ ଏହି ସମୟ ଯାଏଁ ଅନେକ ଲମ୍ବିତ ମାମଲା ଉପରେ ରାୟ ଦେବାର ଥିଲା। କିନ୍ତୁ ପରେ ଭାବୁଥିଲି, କ’ଣ ଦିନ ୨ଟା ଯାଏ କେହି ରହିଥିବେ? ନା ମୁଁ ଏକା ରହିବି। ‘ମିଚ୍ଛାମି ଦୁଖଦମ୍‌’ ଉଦ୍ଧୃତ କରି ସେ କହିଛନ୍ତି ଯେ, ଯଦି ମୁଁ କୋର୍ଟରେ କାହାକୁ ଅପମାନିତ କରିଥିବି, ଦୟାକରି ମୋତେ ଏଥିପାଇଁ କ୍ଷମା କରଦେବେ। ମିଚ୍ଛାମି ଦୁଖଦମର ଅର୍ଥ ହେଉଛି ମୋର ସମସ୍ତ ଭୁଲ କ୍ଷମା କରାଯାଉ। ତେବେ ଶେଷ ମୁହୁର୍ତ୍ତରେ ଆଇନଜୀବୀ ତଥା ବାର୍‌ ସଦସ୍ୟମାନେ ଏକତ୍ରିତ ହୋଇ ପ୍ରଧାନ ବିଚାରପତିଙ୍କୁ ନ୍ୟାୟପାଳିକାର “ରକ ଷ୍ଟାର୍‌” ବୋଲି କହିଥିଲେ।  ନଭେମ୍ବର ୧୧ରେ ଚନ୍ଦ୍ରଚୂଡଙ୍କ ଉତ୍ତରାଧିକାରୀ ତଥା ଭାରତର ୫୧ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଶପଥ ନେବେ।