ଅପରେସନ୍ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦୀ

ଅପରେସନ୍ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର ୧୨୨ ତମ ସଂସ୍କରଣରେ ଆତଙ୍କବାଦ ବାବଦରେ ଦେଶବାସୀଙ୍କୁ ସଜାଗ କରିଛନ୍ତି । ଆତଙ୍କବାଦ ବିରୋଧରେ ଦେଶବାସୀ ଏକାଠି ହେବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ମୋଦୀ କହିଛନ୍ତି କି,ଆତଙ୍କବାଦ ସମାପ୍ତ କରିବାକୁ ସଂକଳ୍ପ ନେବାକୁ ପଡିବ । ସେ ତାଙ୍କ ରେଡିଓ କାର୍ଯ୍ୟକ୍ରମରେ କହିଛନ୍ତି କି, ଆଜି ସାରା ଦେଶ ଆତଙ୍କବାଦ ବିରୋଧରେ ଏକଜୁଟ୍ ହୋଇଛନ୍ତି ।

ଏହାସହ ସେ ଅପରେସନ୍ ସିନ୍ଦୂରରେ ଭାରତୀୟ ସେନା ଯେଭଳି ସଫଳତା ହାସଲ କଲା ତାହାକୁ ପ୍ରଶଂସା କରିଛନ୍ତି । ସେପଟେ ଅପରେସନ୍ ସିନ୍ଦୂର ଓ ଅସ୍ତ୍ରବିରତି ପରେ ଦେଶରେ ବିଜେପି ଦ୍ୱାରା ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ ଯେଭଳି ଗାଁରୁ ସହର ପର୍ଯ୍ୟନ୍ତ ଲୋକ ସାମିଲ ହେଲେ ସେନେଇ ସେ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।